ମୃତକ ପରିବାର ଦ୍ବୟକୁ ସମବେଦନା ଜଣାଇଲେ ମନ୍ତ୍ରୀ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ଦୁଇ ଜଣଙ୍କ ଦୁର୍ଘଟଣା ଜନିତ ଓ ଅକାଳ ମୃତ୍ୟୁ ବରଣ ହୋଇଥିବା ବେଳେ ଦୁଇ ମୃତକଙ୍କ ପରିବାର ନିକଟକୁ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯାଇ ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତର ପ୍ରଦାନ କରିଥିଲେ। ଜକର ଗ୍ରାମର ଗଣେଶ ସ୍ବାଇଁଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଖବର ଜାଣିବା ପରେ ଶ୍ରମ ମନ୍ତ୍ରୀ ଶ୍ରୀ ସାହୁ ପରିବାର ନିକଟକୁ ଯାଇ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସେହିପରି ମନ୍ଦାର ଗ୍ରାମର ପୂର୍ଣ୍ଣବାସୀ ସ୍ବାଇଁଙ୍କ ଅକାଳ ବିୟୋଗ ଘଟିଥିଲା। ଏହା ଶୁଣିବା ପରେ ମନ୍ତ୍ରୀ ଶ୍ରୀ ସାହୁ ମୃତକଙ୍କ ପରିବାର ନିକଟକୁ ଯାଇ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ମନ୍ତ୍ରୀଙ୍କ ସହ ଜକରର ସମିତି ସଭ୍ୟ ଶିବ ଶଙ୍କର ନାହାକ, ସରପଞ୍ଚ ଦୀପିକା ବାରିକ, ମନ୍ଦାର ଗ୍ରାମର ସୁଜିତ ବିଷୋୟୀ, ପ୍ରତାପଚନ୍ଦ୍ର ପ୍ରଧାନ, ଚନ୍ଦ୍ରଭାନୁ ସାହୁ, ଖଗେଶ୍ବର ପ୍ରଧାନ ପ୍ରମୁଖଙ୍କ ସମେତ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ