ଗଞ୍ଜାମ ଜିଲ୍ଲା ଶିକ୍ଷକଙ୍କ ଶ୍ରମ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ପୋଲସରା, (ଅନିଲ କୁମାର ମହାରଣା):ନୂତନ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ଅଣତାଲିମ ପ୍ରାପ୍ତ ହିନ୍ଦୀ ଓ ସଂସ୍କୃତ ଏବଂ କ୍ରୀଡା ଶିକ୍ଷକ ଶିକ୍ଷୟିତ୍ରୀ, ଯେଉଁମାନେ ପେ ୫୨୦୦ ଓ ଗ୍ରେଡ ପେ ୨୮୦୦ ପାଉଛନ୍ତି ସେହି ବର୍ଗର ଶିକ୍ଷକ ସଂଘ ର ରାଜ୍ୟ କମିଟି ନିର୍ଦ୍ଦେଶ ପ୍ରକାରେ ଗଞ୍ଜାମ ଜିଲ୍ଲାର ୩୦୦ ଶିକ୍ଷକ ଶିକ୍ଷୟିତ୍ରୀ ଏକ ଦାବିପତ୍ର ଓଡିଶା ସରକାରଙ୍କ ମାନ୍ୟବର ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ପ୍ରଦାନ କରିଛନ୍ତି। ଷଷ୍ଠ ବେତନ କମିଶନ ଏହି ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପ୍ରତି ଅବିଚାର କରି ପେ ୫୨୦୦ ଓ ଗ୍ରେଡ ପେ ୨୮୦୦ ଲାଗୁ କରିବା ଦ୍ୱାରା ସେମାନେ ଦୀର୍ଘ ୧୬ ବର୍ଷ ହେଲା ଅନ୍ୟାୟର ଶିକାର ହୋଇଛନ୍ତି। ସପ୍ତମ ବେତନ କମିଶନ ପ୍ରକାରେ ଅନ୍ୟ ଶିକ୍ଷକମାନେ ପେ ୯୩୦୦ ଓ ଗ୍ରେଡ ପେ ୪୨୦୦ ପାଉଥିବା ବେଳେ ସେମାନେ ବର୍ତ୍ତମାନ ସୁଦ୍ଧା ପେ ୫୨୦୦ ଓ ଗ୍ରେଡ ପେ ୨୮୦୦ ଟଙ୍କାରେ ସୀମିତ ରହିଛନ୍ତି। ସପ୍ତମ ବେତନ କମିଶନ ପ୍ରକାରେ ତାଲିମ ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ପ୍ରାୟ ୭୪ ହଜାର ଟଙ୍କା ପାଉଥିବା ବେଳେ ଏହି ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ପ୍ରାୟ ୪୪ ହଜାର ଟଙ୍କା ପାଇଁ ବହୁ ନିମ୍ନରେ ରହୁଛନ୍ତି। ଷଷ୍ଠ ବେତନ କମିଶନ ପ୍ରକାରେ ଏହି ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଯେପରି ଅବହେଳା କରାଯାଇଛି ତାହାର ସୁବିଚାର ପାଇଁ ସରକାର ଏକ ଆନୋମାଲି କମିଟି ଗଠନ କରି ସୁବିଚାର କରିବା ପାଇଁ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ