ଇନ୍ଧନ ଗ୍ୟାସ ଟାଙ୍କି ଫାଟି ଗରିବ ବୃଦ୍ଧ ବୃଦ୍ଧାଙ୍କ ହୋଟେଲ ଜଳିଗଲା

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ଘୋଡାପଡା ଯିବା ରାସ୍ତାର ଡେଙ୍ଗାପଦର ଛକ ନିକଟରେ ପ୍ରାୟ ୭୦ ବର୍ଷ ବୟସ୍କ ରାମ ପ୍ରଧାନ ଓ ପ୍ରାୟ ୬୫ ବର୍ଷ ବୟସ୍କ ରାମଙ୍କ ଧର୍ମପତ୍ନୀ କମା ପ୍ରଧାନ ଏକ ଜଳଖିଆ ହୋଟେଲ କରି ଦୁଇ ବରିଷ୍ଠ ନାଗରିକ ଦୁଇ ପଇସା ରୋଜଗାର କରି ଜୀବନ ଯାପନ କରୁଥିଲେ। ନିଜ ପରିବାରର ଆଉ କେହି ନଥିବା ବେଳେ ପରିଣତ ବୟସରେ ପରିଶ୍ରମ କରି ଗୋଟିଏ କୁଡ଼ିଆ ଘରେ ରହିବା ସହ ସେହିଠାରେ ହିଁ ହୋଟେଲ କରିଥିଲେ। ସନ୍ଧ୍ୟାରେ ରୋଷେଇ କଲା ସମୟରେ ସିଲିଣ୍ଡରରେ ଅଗ୍ନି ସଂଯୋଗ ହୋଇ ଘରେ ନିଆଁ ଲାଗିଯାଇଥିଲା। ବୃଦ୍ଧ ରାମ ପ୍ରଧାନ ଓ ବୃଦ୍ଧା କମା ପ୍ରଧାନ ଜୀବନ ବଞ୍ଚାଇବା ପାଇଁ ବାହାରକୁ ଚାଲିଆସିଥିବା ବେଳେ ରାମ ପ୍ରଧାନ ନିଆଁ ଝାସରେ ସାମାନ୍ୟ ଆହତ ହୋଇଥିଲେ। ଖବର ପାଇ ବୁଗୁଡା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବରିଷ୍ଠ ନାଗରିକ ଦମ୍ପତ୍ତିଙ୍କ ଦୁଇଟି ଇନ୍ଧନ ଗ୍ୟାସ ସିଲିଣ୍ଡର ସହ ସମସ୍ତ ଜିନିଷ ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଗ୍ୟାସ ସିଲିଣ୍ଡର ଟିଏ ଫାଟି ଯାଇଥିବା ଦେଖିବାକୁ ମିଳିଛି। ଏହି ଗରିବ ପରିବାରଙ୍କୁ ଥଇଥାନ କରିବା ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବା ପାଇଁ କଲମ୍ବ ପଞ୍ଚାୟତ ସମିତି ସଭ୍ୟ ଓ ଅନ୍ୟ ଗ୍ରାମବାସୀ ବୃନ୍ଦ ଅନୁରୋଧ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ