ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ ୨୬ ତମ ବାର୍ଷିକ ଉତ୍ସବ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ବିରଞ୍ଚିପୁର ଶ୍ରୀ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟର ୨୬ ତମ ବାର୍ଷିକ ଉତ୍ସବ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ପରିଚାଳନା କମିଟି ସଭାପତି କବିରାଜ ଗୌଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମାନ୍ୟବର ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୂଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ଯକ୍ଷା କେ.ପ୍ରିୟଦର୍ଶିନୀ ଆଚାର, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ଉପାଧ୍ୟକ୍ଷ ଗୀତାଞ୍ଜଳି ପାଢ଼ୀ, ସମାଜସେବୀ ଧରଣୀଧର ପାଣ୍ଡା, ଜିଲ୍ଲା ପରିଷଦ ସଦସ୍ଯା ଚାନ୍ଦିନୀ ନାୟକ, ସରପଞ୍ଚ ମନ୍ଦାକିନୀ ସେଠୀ, ସମିତିସଭ୍ଯା ଅଳକା ନନ୍ଦ, ସତ୍ଯନାରାୟଣ ଆଚାରୀ, ନାଏବ ସରପଞ୍ଚ ହରେକୃଷ୍ଣ ଜେନା, ସୁଧାଂଶୁ ଶେଖର ପାଢ଼ୀ ଓ ବିଦ୍ୟାଳୟର ପ୍ରତିଷ୍ଠାତା କିଶୋର ଚନ୍ଦ୍ର ମହାପାତ୍ର ଯୋଗଦେଇଥିଲେ। ପ୍ରଥମେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ହୋତା ବାର୍ଷିକ ବିବରଣୀ ପଠନ କରିଥିଲେ। ସମାଜରେ ଜଣେ ଉତ୍ତମ ନାଗରିକ ହେବା ପାଇଁ ଗୁରୁଜନ ମାନଙ୍କ କାଠମାନି ଭଲଭାବେ ପାଠ ପଢିବା ପାଇଁ ଅତିଥି ମାନେ ପରାମର୍ଶ ଦେଇଥିଲେ। ସମାଜସେବୀ ଧରଣୀଧର ପଣ୍ଡା ବିଦ୍ୟାଳୟର ଦୁଇ ମୁଖ୍ୟ ସମସ୍ୟା ପାନୀୟ ଜଳ ପାଇଁ ବ୍ୟବସ୍ଥା ଓ ବିଦ୍ୟାଳୟର ପାଚେରୀ ବିଷୟରେ ମନ୍ତ୍ରୀଙ୍କ ନଜରକୁ ଆଣିଥିଲେ। ମନ୍ତ୍ରୀ ନିଜ ବକ୍ତବ୍ୟରେ ପୂର୍ବେ ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀଙ୍କ ଉପସ୍ଥାପନ ୪୨ ପ୍ରତିଶତ ଥିବା ବେଳେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଦ୍ବାରା ଉପସ୍ଥାପନ ୯୮ ପ୍ରତିଶତକୁ ବୃଦ୍ଧି ପାଇଛି। ବିଦ୍ୟାଳୟ ପ୍ରତି ଅଭିଭାବକମାନଙ୍କ ଦୃଷ୍ଟି ପ୍ରତ୍ୟେକ ସମୟରେ ରହିଲେ ନିଶ୍ଚିତ ଭାବେ ଶିକ୍ଷା କ୍ଷେତ୍ରରେ ଅଭିବୃଦ୍ଧି ହେବ ବୋଲି ପ୍ରକାଶ କରିଥିଲେ। ଆଗାମୀ ଦିନରେ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟକୁ ଫାଇଭି ଟି ଅନ୍ତର୍ଭୁକ୍ତ କରିବା ସହ ସମାଜସେବୀ ଶ୍ରୀ ପଣ୍ଡାଙ୍କ ଦୁଇ ସମସ୍ୟା ମନ୍ତ୍ରୀ ଅତି ଶୀଘ୍ର ପୁରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତ୍ତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ବୃନ୍ଦ ପୁରସ୍କାର ପ୍ରଦାନ କରିଥିଲେ। କ୍ରୀଡ଼ା ଶିକ୍ଷକ ଆଦିତ୍ୟ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଗ୍ରାମବାସୀ ସହଯୋଗ କରିଥିଲେ। ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ