ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ଶୀତକାଳୀନ ଶିବିର
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗାଙ୍ଗପୁର ଥାନା ଅନ୍ତର୍ଗତ କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ଶୀତକାଳୀନ ଶିବିର ଅନୁଷ୍ଠିତ ହୋଇଯାଇଛି I ସେବା ଶିବିରର ଦ୍ୱିତୀୟ ଦିବସରେ ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର ସୁଜାତା ସିଂ ଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷାବିତ ରାମକୃଷ୍ଣ ପାତ୍ର, ଗୋବରା ସମିତିସଭ୍ୟ ତଥା ଗଣମାଧ୍ୟମ ପ୍ରତିନିଧି ବିଭୂପାଦ ଜେନା, ଗୋବରା ପ୍ରଫୁଲ୍ଲ କୁମାରୀ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ସନ୍ତୋଷ କୁମାର ବିଶ୍ୱାଳ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ I ଆଜିର କାର୍ଯ୍ୟକ୍ରମ ରେ ନିମିନା ପଂଚାୟତର ଶୁଣ୍ଢୀପଲ୍ଲୀ ଗ୍ରାମର ରାସ୍ତାକୁ ପରିଷ୍କାର କରିବା ସହିତ ଘରକୁ ଘର ବୋଲି ବିଭିନ୍ନ ପ୍ରସଙ୍ଗରେ ଏକ ସର୍ବକ୍ଷେଣ କାର୍ଯ୍ୟକ୍ରମ କରିଥିଲେ I ଦିବସର ଦ୍ୱିତୀୟ ପର୍ଯ୍ୟାୟରେ ବେଲଗୁଣ୍ଠା ମହିଳା ବିଦ୍ୟାଳୟର ଯୋଗ ଶିକ୍ଷୟିତ୍ରୀ ଗୀତାଶ୍ରୀ ସାମନ୍ତ ସ୍ଵେଚ୍ଛାସେବୀମାନଙ୍କୁ ଯୋଗ ଅଭ୍ୟାସ କରାଇବା ସହିତ ଯୋଗର ଉପାଦେୟତା ସମ୍ପର୍କରେ ଜ୍ଞାନ ପ୍ରଦାନ କରିଥିଲେ I କାର୍ଯ୍ୟକ୍ରମ ଅଧିକାରିଣୀ ସୁଜାତା ସିଂ ଜାତୀୟ ସେବା ଯୋଜନାର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିଥିଲେ I ସଭାପତି ସନ୍ତୋଷ ବିଶ୍ୱାଳ ଧନ୍ୟବାଦ ଜ୍ଞାପନ କରିଥିଲେ I


