ଓଡ଼ିଶାର ପ୍ରଥମ ଗୋଷ୍ଠି ବେତାର କେନ୍ଦ୍ର ରେଡିଓ ନମସ୍କାର ୧୩ ବର୍ଷ ପୃର୍ତ୍ତି ପାଳନ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଓଡ଼ିଶାର ପ୍ରଥମ ଗୋଷ୍ଠି ବେତାର କେନ୍ଦ୍ର ରେଡିଓ ନମସ୍କାର ରବିବାର ଦିନ ତା’ର ୧୩ ବର୍ଷ ପୃର୍ତ୍ତି ପାଳନ କରିଛି । ସୂଚନା ଯୋଗ୍ୟ ୨୦୧୦ ମସିହା ଫେବୃଆରୀ ୧୨ ତାରିଖ ରେ ରେଡିଓ ନମସ୍କାର ତାର ପ୍ରସାରଣ ଆରମ୍ଭ କରିଥିଲା ,ଦେଖୁ ଦେଖୁ ସେ ଆଜି ୧୩ ବର୍ଷ ରେ ପଦାର୍ପଣ କରିଛି କୋଭିଡ ମହାମାରୀ ,ବାତ୍ୟା ଓ ବନ୍ୟା ସମୟରେ ରେଡ଼ିଓ ନମସ୍କାର ତାର ପ୍ରସାରଣ ଜାରି ରଖି ଥିବାରୁ ସେ ସାଧାରଣ ଲୋକଙ୍କ ପ୍ରିୟ ହୋଇ ପାରିଛି । ଆଜି ତାର ୧୩ ବର୍ଷ ପୃର୍ତ୍ତି ଅବସରେ ଏହି ଅଞ୍ଚଳ ର ଶତାଧିକ ଲୋକ ଯୋଗ ଦେଇ ରେଡିଓ ନମସ୍କାର କିଭଳି ସାଧାରଣ ଲୋକଙ୍କ ସାଥିହୋଇ ପାରିଛି, କିଭଳି ଲୋକଙ୍କ ଅସୁବିଧା ସମୟରେ ସହଯୋଗ କରିଛି ସେ ସର୍ମ୍ପକରେ ଆଲୋକପାତ କରିଥିଲେ। ଆଜିର ଏହି ଶୁଭ ଅବସରେ ଅତିଥି ଭାବେ ସାମ୍ବାଦିକ ତ୍ରିବିକ୍ରମ ମହାପାତ୍ର ,ଶିକ୍ଷାବିତ୍ ରବୀନ୍ଦ୍ରନାଥ ବାହୀନପତି ,ଗୋବିନ୍ଦଚନ୍ଦ୍ର ଫାରକ୍ ରେଡିଓ ନମସ୍କାରର ଅଧ୍ୟକ୍ଷ ଏନ୍ ଏ ଶାହା ଅନସାରି ,ବ୍ୟଙ୍ଗ କବି ସଂପଦ କୁମାର ରଥ , ସମ୍ବାଦିକ ଅଜିତ କୁମାର ମଲ୍ଲିକ ,ଜ୍ଞାନରଞ୍ଜନ ବିଶ୍ୱାଳ ,କୁରୁଜଙ୍ଗ ପଂଚୟତର ସଭାନେତ୍ରୀ ଝରଣା ପରିଡା ପ୍ରମୁଖ ଯୋଗଦେଇ କିଭଳି ରେଡିଓ ନମସ୍କାର ତାର ନିରନ୍ତର ଭାବେ ଜନହିତ କର ଓ ସଚେତନତା ଧର୍ମୀ କାର୍ଯ୍ୟକ୍ରମ ଘରୋଇ ହିଂସା,ବାଲ୍ୟବିବାହ ,ଶିଶୁଶ୍ରମିକ ପ୍ରଥା ,ଚାଷବାସ ,ଭାଗବତ ,ସ୍ୱାସ୍ଥ୍ୟ ଭିତ୍ତିକ କାର୍ଯ୍ୟକ୍ରମ ପ୍ରସାରଣ କରିବା ସହିତ, ଆଗରୁ ଅନେକ ବିଭିନ୍ନ ପ୍ରଭାଵ ଶାଳୀ ଓ ଅଭିନୟ ପ୍ରସାରଣ କରି ରେଡିଓ ନମସ୍କାର ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ଷେତ୍ରରେ ବାରମ୍ବାର ପ୍ରଶଂସିତ ଓ ସମ୍ମାନୀତ ହୋଇଛି ସେ ସମ୍ପକରେ ଆଲୋକପାତ କରିଥିଲେ ,ଏହି କାର୍ଯ୍ୟକ୍ରମ କୁ ରେଡିଓ ନମସ୍କାର ର କାର୍ଯ୍ୟନିବାହୀ ଅଧିକାରୀ ରୋଜାଲିନ୍ ପ୍ରଧାନ , ଅନୁପ ସାହୁ ,ଟିକିନା ରାଉତ ,ଆଶିଷ ରଞ୍ଜନ ମିଶ୍ର , ସୁହାସିନୀ ମହାପାତ୍ର ,ଗୌରୀସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ