ସଦର ବିଜେପି ପକ୍ଷରୁ ସମର୍ପଣ ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା):ସଦର ବିଜେପି ପକ୍ଷରୁ ଜନସଂଘର ପ୍ରତିଷ୍ଠାତା ମହାନ ଜନନାୟକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୂଣ୍ଣ୍ୟତିଥି ଅବସରରେ ସମର୍ପଣ ଦିବସ ପାଳିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୁବମୋର୍ଚ୍ଚା ଉପ ସଭାପତି ମାନସ କୁମାର ଦତ୍ତ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ଗଙ୍ଗାଧର ରାଉତ, ଗୌରାଙ୍ଗ ଦାସ, କାଉନସିଲର ସତ୍ୟଶିବ ସୁନ୍ଦର ଦାଶ ଓ ନିତ୍ୟଗୋପାଲ ସିଂ, ଲୋକନାଥ ଭୂୟାଁ, ବୈଲୋଚନ ଦାସ, ରାଜେନ୍ଦ୍ର ଚାଟାର୍ଜୀ ପ୍ରମୁଖ ଯୋଗଦେଇ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଜଣେ ଏକାତ୍ମ ମାନବବାଦର ପ୍ରବକ୍ତା, ତେଜସ୍ୱୀ ପ୍ରଜ୍ଞାଦୀପ୍ତ ବ୍ୟକ୍ତିତ୍ୱ ଭାବେ ରାଷ୍ଟ୍ରର ସର୍ବାଙ୍ଗୀନ ବିକାଶ ପାଇଁ ପଣ୍ଡିତ ସାରା ଜୀବନ ଉଦ୍ୟମ କରିଥିଲେ । ତାଙ୍କ ଦ୍ୱାରା ଲିଖିତ ପୁସ୍ତକ ଭାରତବର୍ଷର ଅର୍ଥନୈତିକ ବିକାଶର ଦିଗ, ରାଷ୍ଟ୍ରୀୟ ଜୀବନର ଦିଗ ଓ ତାଙ୍କର ପଲଟିକାଲ ଡାୟରୀ ଆଜିବି ପ୍ରତ୍ୟେକଟି ନେତୃତ୍ୱକୁ ପ୍ରେରଣା ଦେଉଛି ବୋଲି ଶ୍ରୀ ଦତ୍ତ ପ୍ରକାଶ କରିଥିଲେ । ରାଷ୍ଟ୍ର ସଶକ୍ତ ନହେଲେ ସ୍ୱତନ୍ତ୍ରତାର ମୂଲ୍ୟ କିଛି ନାହିଁ ବୋଲି ସବୁବେଳେ କହୁଥିଲେ । ତେଣୁ ରାଷ୍ଟ୍ରସେବାରେ ସମସ୍ତ ଭାରତୀୟ ନିଜକୁ ସମର୍ପଣ କରିବା ସହିତ ଭାରତବର୍ଷର ଏକତା, ଅଖଣ୍ଡତା ଓ ଭାତୃତ୍ୱକୁ ବଜାୟ ରଖିବା ଉଚିତ ବୋଲି ସମର୍ପଣ ଦିବସରେ ସଦର ବିଜେପିର କର୍ମକର୍ତ୍ତାମାନେ ମତ ପ୍ରକାଶ କରିଥିଲେ । ହରେନ୍ଦ୍ର ପ୍ରଧାନ, ସୁଶାନ୍ତ ବର୍ଦ୍ଧନ, ନାରାୟଣ ଦତ୍ତ, କାର୍ତ୍ତିକ ନାଥ, ଉମେଶ ବେହେରା, ସୌଭାଗ୍ୟ ମାନସ ନାୟକ, ପବନ ସିଂହ, ହେମନ୍ତ ମାସନ୍ତ, ମୁକୁନ୍ଦ ଆଦିକ, ପ୍ରିୟରଞ୍ଜନ ପୃଷ୍ଟି, ସୁସ୍ମିତା ଶୁକ୍ଳା, ନସିମା ବିବି, ରାଜେଶ ରଣା, କରୁଣାକର ସେନାପତି, ପ୍ରହଲ୍ଲାଦ ଦାସ, ମାନସ ସାହୁ, ସୁରେନ ମାଝୀ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ ।