ଜିଲା ବିଜେପି ପକ୍ଷରୁ ସମର୍ପଣ ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା):ବିଜେପି ଜିଲ୍ଲା କମିଟି ପକ୍ଷରୁ ପଣ୍ଡିତ ଦୀନଦୟାଲ ଉାଧ୍ୟାୟଙ୍କ ବଳିଦାନ ଦିବସକୁ ସମର୍ପଣ ଦିବସ ଭାବେ ପାଳିତ ହୋଇଯାଇଛି । ଦଳୀୟ ଜିଲା କାର୍ଯ୍ୟାଳୟରେ ନଗର ମଣ୍ଡଳ ସଭାପତି ଚିତ୍ତରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ଓଡ଼ିଆ ଭାଷା ସାହିତ୍ୟର ଗବେଷକ ଡ. ରମାକାନ୍ତ ବେହେରା ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ଦୀନଦୟାଲଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପଣ୍ଡିତଙ୍କ ଜୀବନୀ ଓ ତାଙ୍କ ଦ୍ୱାରା ପ୍ରଣୀତ ପନ୍ଥା ବିଷୟରେ ସେମାନେ ସ୍ମୃତି ଚାରଣ କରିଥିଲେ । ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ ପଣ୍ଡିତ ଦୀନଦୟାଲଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ଜିଲ୍ଳା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା,ଜିଲ୍ଲା ସମ୍ପାଦକ ଆଶିଷ ଘୋଷ, ଜିଲ୍ଲା ସମ୍ପାଦକ ବିଭୂପଦ ଦାସ, ଜିଲ୍ଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ, ଜିଲ୍ଲା କୋଷାଧକ୍ଷ ଜ୍ଞାନ ରଞ୍ଜନ ଦାଶ, ସୁଶାନ୍ତ କୁମାର ବେରା, ସତ୍ୟ ଶିବ ସୁନ୍ଦର ଦାସ, ନିତ୍ୟ ଗେ।।ଲ ସିଂ, ସୁଶ୍ମିତା ପଣ୍ଡା, ଭାରତୀ ପାତ୍ର, କାର୍ତ୍ତିକ ନାଥ, ଉମେଶ ବେହେରା, ସଙ୍ଗମ ଦାସ, ବୈଲୋଚନ ଦାସ, ପ୍ରଶାନ୍ତ କୁମାର ପରିଡା, ପରେଶ ବାବୁ, ଶୈଳେନ୍ଦ୍ର ପ୍ରସାଦ ଦାଶ, ତରୁଲତା ମହାନ୍ତି, ସିପ୍ରରେଖା ମହାପାତ୍ର, ଜିତେନ୍ଦ୍ର ଷଡଙ୍ଗୀ, ପୱନ ସିଂ, ତ୍ରିଭୁବନ ଦାସ, ହେମନ୍ତ ମାସନ୍ତ, ସସ୍ମିତା ପଣ୍ଡା, ସର୍ବେଶ୍ୱର ପାତ୍ର, ସୁବୋଧ ଚନ୍ଦ୍ର ପଣ୍ଡା, ଜ୍ଞାନ ରଞ୍ଜନ ଦାଶ, ବିଜୟ ନାୟକ, ସଂଜୀବ ପ୍ରଧାନ, ବାବୁଲା, ବେଣୁ ପଣ୍ଡା ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ ।