ସାହିତ୍ୟ ଘର ଭଞ୍ଜନଗର ତରଫରୁ ସ୍ଥାନୀୟ ବନ ବିହାର ପରିସରରେ ବନ୍ଧୁ ମିଳନ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ସାହିତ୍ୟ ଘର ଭଞ୍ଜନଗର ତରଫରୁ ସ୍ଥାନୀୟ ବନ ବିହାର ପରିସରରେ ବନ୍ଧୁ ମିଳନ ସହ କବିତା ଆସର ଅନୁଷ୍ଠିତ ହୋଇଯାଇଛି କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ ସାହିତ୍ୟ ଘରର ସଭାପତି ପ୍ରଫେସର କୃତିବାସ ବିଶ୍ବାଳ ସଂପାଦକ ସନ୍ତୋଷ ଜେନା ସ୍ବାଗତ ଭାଷଣ ଦେଇଥିଲା ବେଳେ ସଦସ୍ୟା ରୀନା ସେଠୀ ପ୍ରରମ୍ଭିକ ସଂଗୀତ ଗାନ କରିଥିଲେ ସହ ସଂପାଦକ ଡକ୍ଟର ଗୁରୁମୂର୍ତୀ ନାୟକ କବିତା ପାଠକୁ ସଂଯୋଜନା କରିଥିବା ବେଳେ ଉପ ସଭାପତି ନେତାଜୀ ବିଷୋୟୀ, ଦୁଇ ଉପଦେଷ୍ଟା ଜଗବନ୍ଧୁ ଜେନା, ମନୁନନ୍ଦ ପତି, କୋଷାଧ୍ୟକ୍ଷ ତ୍ରିନାଥ ବେହେରା ,ସଂଗଠନ ସଂପାଦକ ବିଶ୍ବମ୍ବର ଜେନା , ସାଂସ୍କୃତିକ ସଂପାଦକ ଅଶୋକ ସ୍ବାଇଁ, ବରିଷ୍ଠ ସଦସ୍ୟ ସୁବାସ ଚନ୍ଦ୍ର ତାରିଣୀ, ଅନୁପମ ବାନାର୍ଜୀ, ସୁରେଶ ଚନ୍ଦ୍ର ସ୍ବାଇଁ, ଦୁର୍ଗା ମାଧବ ଦାଶ, ସଦସ୍ୟା ଡାକ୍ତର ଗାୟତ୍ରୀ ସାହୁ,ଶୁଭସ୍ମିତା ଦାଶ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିବା ବେଳେ ନିମନ୍ତ୍ରିତ ଅତିଥି ରୂପେ ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ ଏବଂ ଭଞ୍ଜନଗର ବ୍ଳକ ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପ୍ରଧାନ, ସାହିତ୍ୟିକ ତ୍ରିନାଥ ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ବନ୍ଧୀୟ ମତାମତ ଦେବା ସହ ସଦସ୍ୟ ସଦସ୍ୟାଙ୍କୁ ଉତ୍ସାହିତ କରିଥିଲେ ା ଶେଷରେ ସଦସ୍ୟ ଚିନ୍ମୟ କୁମାର ବେବର୍ତ୍ତା ଧନ୍ୟବାଦ ଅର୍ପଣ କରିଥିଲେ