ନୁଆହାଟ ଫାଣ୍ଡି ଅଧୀନରେ ଥିବା ୬ ପଞ୍ଚାୟତ ଚାରିଛକ ଥାନାରେ ମିଶିବ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ଥାନା ନୂଆହାଟ ଫାଣ୍ଡି ଅଧୀନରେ ଥିବା ୬ ଟି ପଞ୍ଚାୟତ ଖୁବଶୀଘ୍ର ଚାରିଛକ ଥାନା ରେ ସାମିଲ ହେବ ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରା ସୂଚନା ଦେଇଛନ୍ତି। ଚାରିଛକ ପ୍ରେସ କ୍ଲବ୍ ର ତୃତୀୟ ବାର୍ଷିକ ଉତ୍ସବ ରେ ଅତିଥି ଭାବେ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା ଯୋଗ ଦେଇ ଥିବାବେଳେ ନିଜ ବକ୍ତବ୍ୟ ରେ ପ୍ରକାଶ କରିଛନ୍ତି । ଗତ ଜାନୁଆରୀ ୯ ତାରିଖ ରେ ଚାରିଛକ ଫାଣ୍ଡି କୁ ଥାନା ର ମାନ୍ୟତା ମିଳିଥିଲା । ରାଜ୍ୟପାଳ ଙ୍କ ଅନୁମୋଦନ କ୍ରମେ ଭୋଦର, କଳାପାଞ୍ଚଣ ,ତମ୍ପାଳୋ,ତୁଳସୀପୁର,ବାହାରଣା ,ଛଣିଜଙ୍ଗ ପଞ୍ଚାୟତ ସହିତ ନିମାପଡ଼ା ଥାନା ଅଧୀନରେ ଥିବା ମିଟେଇପୁର, ଭୋଗଶାଳଦା ପଞ୍ଚାୟତ କୁ ନେଇ ନୂତନ ଭାବେ ଚାରିଛକ ଥାନା ଉଦଘାଟନ ହୋଇଥିଲା ।ଏହି ଥାନା ରେ ନୂଆହାଟ ଫାଣ୍ଡି ଅଧିନସ୍ଥ ଧୂମାଳୋ, ଜଙ୍ଗଲବୋରି, ସୋରଭା, ଦେସ୍ଥଳି , ବଉଲାଙ୍ଗ,ଓ ଇଶାଣପୁର ପ୍ରଭୁତି ପଞ୍ଚାୟତ ଖୁବଶୀଘ୍ର ଚାରିଛକ ଥାନାରେ ମିଶିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।ଫଳରେ ଚାରିଛକ ଥାନା ଅଧୀନରେ ୧୪ ଟି ପଞ୍ଚାୟତ ରହିବ ଓ ସ୍ଥାନୀୟ ଜନସାଧାରଣ ସୁବିଧାରେ ଆଇନ ସହାୟତା ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ।