ରିିଲାନ୍ସଟାୱର ବସାଇବାକୁ କହି ଯୁବକଙ୍କ ଠାରୁ ଲୁଟିନେଲେ ଟଙ୍କା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ସହରର ସୁନାପାଙ୍ଗା ସାହିର ଜଣେ ଯୁବକ ଠକାମିର ଶିକାର ହୋଇଛନ୍ତି । ଗୋଟିଏ ଅଜଣା ନମ୍ବର ତାଙ୍କ ମୋବାଇଲକୁ କଲ ଆସିଥିଲା ଜଣେ ମହିଳା କହିଥିଲା ଯେ ଜିଓ ଅଫିସରୁ କହୁଛି,ତମର ବିଲ ଅଛିକି ଯୁବକ ଜଣଙ୍କ ହଁ କହିବାରୁ ମହିଳା ଜଣଙ୍କ କହିଥିଲେ ଯେ ତମ ବିଲରେ ରିଲାନ୍ସ ଟାଓାର ବସିବ ଏବଂ ତମକୁ ୧୫ଲକ୍ଷଟଙ୍କା ମିଳିବ ଏବଂ ତମ ପରିବାରର ଜଣଙ୍କୁ ଚାକିର ମିଳିବ କହିଲୋଭ ଦେଖାଇଥିଲେ । ଯୁବକ ଜଣଙ୍କ ଲୋଭର ଶିକାର ହୋଇଥିଲେ ଏହାପରେ ସେହି ମହିଳା ଜଣଙ୍କ ଯୁବକକୁ ପୁଣିକଲ କରି କହିଥିଲେ ଯେ ତମର ବିଲର କାଗଜପତ୍ର ଯାଂଚନିମନ୍ତେ ଛଅ ହଜାର ଟଙ୍କା ଖର୍ଚ୍ଚ ହେବ ସେହି ଖର୍ଚ୍ଚ ନିମନ୍ତେ ତମକୁ ଏହି ଛଅ ହଜାର ଟଙ୍କା ଦେବାକୁ ପଡିବ କହିବାରୁ ସେହି ଯୁବକ ତାଙ୍କୁ ଛଅହଜାର ଟଙ୍କା ପ୍ରଥମେ ଫୋନପେରେ ପଠାଇଥିଲେ । ଏହାପରେ ଦୁଇଦିନ ପରେ ମଧ୍ୟ ଆଉ କୋଡିଏ ହଜାର ଟଙ୍କା ମାଗିଥିଲେ ଏହାପରେ ଯୁବକ ଜଣଙ୍କ ପୁଣି କୋଡିଏ ହଜାର ଟଙ୍କା ପଠାଇଥିଲେ । ପଠାଇଥିବା ଟଙ୍କା ଏକାଉଣ୍ଟନମ୍ବର ଟି ରଣା ବୈରାଗୀ ର ଜଣାପଡୁଛି । ସମୁଦାୟ ୨୬ ହଜାରଟଙ୍କା ପଠାଇବା ପରେ ବି କମ୍ପାନୀରୁ କିଛି କାଗଜ ପତ୍ର ନଆସିବାରୁ ଯୁବକକୁ ସନ୍ଦେହ ହୋଇଥିଲା । ଏହାପରେ ସେ ଏହି ବାବଦରେ ତାଙ୍କର ପରିବାର ଓ ସାଙ୍ଗସାଥୀଙ୍କୁ କହିଥିଲେ । ସେମାନେ କହିଥିଲେ ଯେ ତୁ ଠକାମିର ଶିକାର ହୋଇଛୁ କହିବା ପରେ ଯୁବକ ଜଣଙ୍କ ଆଜି ପଠାଇଥିବା ଟଙ୍କାର କାଗଜପତ୍ର ସହ ଥାନାରେ ଏହି ବାବାଦରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ କୁ ଭିତି କରି ବାଲିଗୁଡା ଥାନା କେଶ ନମ୍ବର ୨୭/୨୩ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି ଏବଂ ନମ୍ବରଟି କଲିକତା ଏରିଆର ବୋଲି ଟ୍ରାକରୁ ଜଣାପଡୁଛି ବୋଲି ଥାନା ଅଧିକାରୀ ବାବା ଶଙ୍କର ସରାଫ ସୁଚନା ଦେଇଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ