ନାଟ୍ୟକାର ଆପନ୍ନl ପାରିଛଙ୍କ ୧୪୫ତମ ଜୟନ୍ତୀ ଉତ୍ସବ
ପାରଳାଖମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଓଡ଼ିଶା ସାହିତ୍ୟ ଏକାଡେମୀ,ଜିଲ୍ଲା ସଂସ୍କୃତି ପରିଷଦ ଏବଂ ଆପନ୍ନl ପରିଛାସ୍ମୃତି ସାଂସଦଙ୍କ ମିଳିତ ଉଦମ୍ୟରେ ଜୟନ୍ତୀଛୋବ ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଅନୁଷ୍ଠିତ ହୋଇସାରିଛି। ସାହିତ୍ୟ ଏକାଡେମୀର ଗଜପତି ଜିଲ୍ଲା ଶାଖା ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାରସ୍ଵତ ସଭା ରେ ମୁଖ୍ୟ ଅତିଥି ଭାବେ ଉପାନ୍ତପ୍ରହରୀ ପୁର୍ଣ୍ଣଚନ୍ଦ୍ର ମହାପାତ୍ର ,ମୁଖ୍ୟ ବକ୍ତା ଡ.ଅଜୟ କୁମାର ତ୍ରିପାଠୀ,ସମ୍ମାନିତ ଅତିଥି ଅର୍ଚ୍ଚନା କୁମାରୀ ମଙ୍ଗରାଜ,ବିନୋଦ ଚନ୍ଦ୍ର ଜେନା,ଆଶlଲତା ପାଣିଗ୍ରାହୀ, ଏବଂ ଡ. କଲ୍ୟାଣୀ ମିଶ୍ର,ବିଷ୍ଣୁ ମୋହନ ଅଧିକାରୀ, ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ଆପନାଙ୍କବହୁମୁଖୀ ପ୍ରତିଭା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହିଅବସର ରେ ବିଶିଷ୍ଟ ନାଟ୍ୟକାର ସାହିତ୍ୟିକ ଅଶୋକ କୁମାର ତ୍ରିପାଠୀଙ୍କୁ ଆପନ୍ନl ପରିଛା ସ୍ମୃତି ସମ୍ମାନ ୨୦୨୩ ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ସମ୍ପାଦକ ମୁରଲିଧର ପରିଛା ବିବରଣୀ ପାଠ କରିଥିଲେ। ହରିମୋହନ ପଟ୍ଟନାୟକ, ସ୍ଵାଗତ ସମ୍ଭାଷଣ, ବି. କୋମାଳାଙ୍ଗି ପ୍ରାରମ୍ଭିକ ସଙ୍ଗୀତ ,ଭାଗବତ ପାଢ଼ୀ ପରିଚୟ ପ୍ରଦାନ,ରାଜେନ୍ଦ୍ର ପଢ଼ିଆରୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସାରସ୍ଵତ ସଭାରେ ଆପନ୍ନl ପରିଛା ବିଦ୍ୟାଳୟର ସର୍ବଗୁଣ ଦକ୍ଷତା ସମ୍ପନ୍ନ ଛାତ୍ରୀ ଅଭିପ୍ସା ଶବର ୪ର୍ଥ ଶ୍ରେଣୀ ଛାତ୍ରୀଙ୍କୁ ସମ୍ମାନ ଦିଆ ଯାଇଥିବାବେଳେ ସେହି ଅନୁଷ୍ଠାନର ପ୍ରଧାନ ଶିକ୍ଷିକା ମନୋଜିନୀ ପାତ୍ର ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସମୁହଙ୍କୁ ସମ୍ବର୍ଥନl ପ୍ରଦାନ କରାଯାଇଥିଲା କାରଣ ଏହି ବିଦ୍ୟାଳୟଟି ୨୦୨୨ ର ଜିଲ୍ଲା ସ୍ତରରେ ଏହି ବିଦ୍ୟାଳୟଟି ଗଜପତି ଜିଲ୍ଲା ପ୍ରଥମ ଆଦର୍ଶ ବିଦ୍ୟାଳୟ ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଭୁବନେଶ୍ବର ଦ୍ଵାରା ପୁରସ୍କୁତ ହୋଇଥିଲା।କାର୍ଯ୍ୟକ୍ରମକୁ ଶରତ ଚନ୍ଦ୍ର ସାହୁ, ନିବେଦିତା ପଟନାୟକ,ନିତ୍ୟାନନ୍ଦ ଚୌଧୁରୀ,ସଚ୍ଚିଦାନନ୍ଦ ସାମଲ, ରାଜେଶ୍ୱରୀ ସ୍ୱାଇଁ, ଅନୁଶ୍ରୀ ପଟ୍ଟନାୟକ,ସଂଗୀତା ପାତ୍ର, ତ୍ରିପତି ପଣ୍ଡା,ବିଷ୍ଣୁ ପଣ୍ଡା,ପ୍ରଭୃତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।


