ଦିବଂଗତ ଶ୍ରମିକନେତା ତାରାକାନ୍ତ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି
ବାଲେଶ୍ୱର, (ସରୋଜ ପଣ୍ଡା):ପାୱାର ଏମ୍ପ୍ଲୟିଜ୍ ୟୁନିୟନ୍ର ସାଧାରଣ ସଂପାଦକ ଦିବଂଗତ ତାରାକାନ୍ତ ପଟ୍ଟନାୟକଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ବାଲିଆ ସ୍ଥିତ ସଂଘ ସଭାଗୃହରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ୟୁନିୟନର ସଭାପତି ଜଗଦୀଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା ଓ ସୁଦର୍ଶନ ଜେନା, ସଂଘର ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ, ଆଇନଜୀବୀ ନିରଞ୍ଜନ ପରିଡ଼ା, ଏଆଇଟିୟୁସିର ଜିଲ୍ଲା ସଂପାଦକ ଶ୍ୟାମସୁନ୍ଦର ଜେନା ପ୍ରମୁଖ ଯୋଗଦେଇ ସ୍ୱର୍ଗତଃ ପଟ୍ଟନାୟକଙ୍କ ଜୀବନାଦର୍ଶ ଓ ବିଦ୍ୟୁତ ଶ୍ରମିକଙ୍କ ସ୍ୱାର୍ଥରକ୍ଷା ଦିଗରେ ତାଙ୍କର ଦୀର୍ଘବର୍ଷର ଉଦ୍ୟମ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ସୁରେଶ ଚନ୍ଦ୍ର ବେହେରା, ବଟକୃଷ୍ଣ ଜେନା, ନିମାଇଁ ଚରଣ ରାଉତରାୟ, ହରିଶ୍ ଚନ୍ଦ୍ର ଦାସ ଓ ଉମାକାନ୍ତ ପଢ଼ିଆରୀ, ଗୋଲକ ଚନ୍ଦ୍ର ସାମଲ, ଭରତ ଚନ୍ଦ୍ର ସେଠୀ, ନିଗମାନନ୍ଦ ରାଉତ, ଦେବାଶିଷ ଦେବଗୋସ୍ୱାମୀ, ସତ୍ୟନାରାୟଣ ବେହେରା ଓ ଦେବାଶିଷ ପଣ୍ଡା, ଟିପିଏନ୍ଓଡିଏଲ୍ର ଅଧୀକ୍ଷଣ ଯନ୍ତ୍ରୀ ଇଂ. ସିଦ୍ଧାର୍ଥ ଶଙ୍କର ରାୟ, ନିର୍ବାହୀ ଯନ୍ତ୍ରୀ ଇଂ. ଅମରେଶ ଚନ୍ଦ୍ର ଶତପଥୀ, ଇଂ. ଦେବାଶିଷ ପୁହାଣ, ଲକ୍ଷ୍ମୀଧର ମାଝୀ, ଏଜିଏମ୍ ଇଂ. ରତିରଞ୍ଜନ ରାଉତ, ମାନବ ସମ୍ବଳ ଅଧିକାରୀ ମାନସ ରଂଜନ ସ୍ୱାଇଁ, ଆଇନ ପରାମର୍ଶଦାତା ଅରୁଣ କୁମାର ଦାସ ପ୍ରମୁଖ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ରହି ସ୍ୱର୍ଗତ ପଟ୍ଟନାୟକଙ୍କ ବହୁମୁଖୀ ପ୍ରତିଭା ଓ ଲୋକପ୍ରିୟତାକୁ ଆଦର୍ଶ ଭାବେ ଗ୍ରହଣ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ଓ ନିରବ ସହ ଅମର ଆତ୍ମା ପ୍ରତି ସମସ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଅକ୍ଷୟ କୁମାର ଜେନା ଏଥିରେ ମଞ୍ଚ ଅମନ୍ତ୍ରଣ କରିଥିବା ବେଳେ ରବୀନ୍ଦ୍ର ବେରା ୟୁନିୟନ୍ ପକ୍ଷରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ରାମଚନ୍ଦ୍ର ସାସମଲ, ତପନ କୁମାର ବେହେରା, ସପନ ଦାସ, ଅରୁଣ ସିଂହ, ରାଜଅମୃତ ମହାପାତ୍ର, ପ୍ରଶାନ୍ତ ମହାନ୍ତି, ଶିଶିର ଦାସ, ଲକ୍ଷ୍ମୀଧର ସାଆନ୍ତରା, ରଞ୍ଜନ ନିଉପାଣି, ନୀଲେନ୍ଦୁ ଖଣ୍ଡା, କମଳାକାନ୍ତ ବେହେରା, ବୃନ୍ଦାବନ ମହାନ୍ତି, ମାନସ କୁମାର ବେହେରା, ସଂଜୟ ସ ଓ ଗୀତା ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।


