ଚାଷୀଙ୍କ ଧାନ ଟଙ୍କା ତୁରନ୍ତ ଦେବା ଦାବୀ ନେଇ ରଷିକୁଲ୍ୟା ରୟତ ମହାସଭା ତରଫରୁ ଏକସ୍ମାରକପତ୍ର
ଛତ୍ରପୁର, (ଦେବଦତ୍ତ ମହାରଣା):ସମସ୍ତ ପଞ୍ଜୀକୃତ ଚାଷୀଙ୍କ ଧାନ କିଣିବା ସଙ୍ଗେ ସଙ୍ଗେ ଚାଷୀଙ୍କ ଧାନ ଟଙ୍କା ତୁରନ୍ତ ଦେବା ଦାବୀ ନେଇ ରଷିକୁଲ୍ୟା ରୟତ ମହାସଭା ତରଫରୁ ଏକସ୍ମାରକପତ୍ର ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରାଯାଇଛି,ଗତ ଖରିଫ ବର୍ଷ ରେ ଗଞ୍ଜାମ ଜିଲ୍ଲାରେ ଧାନ ଅମଳ ୨୦ ବର୍ଷ ର ରେକର୍ଡ଼ ଭାଙ୍ଗି ୨ ଗୁଣା ଅଧିକ ଆଦାୟ ହୋଇଥିବା ବେଳେ ଧାନ ର ମାନ କ୍ୱାଲିଟି ମଧ୍ୟ ଭଲ ରହିଛି l ଚାଷୀମାନେ ସରକାରୀ ମଣ୍ଡି ରେ ଧାନ ବିକି ଭଲ ପଇସା ପାଇବେ ବୋଲି ଆଶା ରଖିଛନ୍ତି l ମାତ୍ର ଅଧିକାଂଶ ସୋସାଇଟି ରେ ଟୋକେନ୍ ର ଅବିଧି ସରିଗଲା ଣି , ଫଳେରେ ଚାଷୀ ମାନେ ବହୁତ୍ କ୍ଷତୀଗ୍ରସ୍ତ ହୋଉଛନ୍ତି l ଏଣୁ ସମସ୍ତ ପଞ୍ଜୀକୃତ ଚାଷୀଙ୍କ ଧାନ କିଣିବା ନିମନ୍ତେ ମହାସଭା ପକ୍ଷରୁ କେତେକ ଦାବୀ କରାଯାଇଛି l ସେଗୁଡିକ ହେଲା ଆଜି ସୁଦ୍ଧା ୨୫ ହଜାରରୁ ଅଧିକ ଚାଷୀ ମଣ୍ଡିରେ ଧାନ ବିକିବା ପାଇଁ ଅନେଇ ବସିଛନ୍ତି l ସେମାନେ ଧାନ ବିକିଲେ ବର୍ଷ କର ଭଲମନ୍ଦ ଖର୍ଚ୍ଚ କରି ପରିବାରର ଗୁଜୁରାଣ ମେଣ୍ଟାଇବେ l ମାତ୍ରେ ଟାର୍ଗଟ ନଥିବାରୁ ଏବଂ ମିଲର ମାନେ ଠିକ ସମୟରେ ଧାନ କିଣି ନଥିବାରୁ ଟୋକେନ ର ଅବିଧି ଶେଷ ହୋଇଯିବ l ଏଣୁ ପଞ୍ଜୀକୃତ ୨୫ ହଜାର ଚାଷୀଙ୍କର ଧାନ କିଣିବା ନିମନ୍ତେ ପ୍ରାୟ ୧୦ ଲକ୍ଷ କୁଇଣ୍ଟାଲ ଟାର୍ଗେଟ ର ଆବଶ୍ୟକତା ରହିଛି l ଏଣୁ ତୁରନ୍ତ ଟାର୍ଗେଟ ଆଣିବା ସଙ୍ଗେ ସଙ୍ଗେ ଧାନ କିଣା ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ କିଣିବା ପାଇଁ ନିର୍ଦ୍ଦେଶ ଦିଆଯାଉ l ସେହିପରି ଗତ ୨୭/୧/୨୩ ତାରିଖରୁ ଧାନ ବିକି ସୁଦ୍ଧା ଏ ପର୍ଯ୍ୟନ୍ତ ଚାଷୀ ଧାନ ର ଟଙ୍କା ପାଇନାହାନ୍ତି l ପ୍ରାୟ ୩୦ ହଜାର ଚାଷୀଙ୍କର ଶହ ଶହ କୋଟି ଟଙ୍କା ପାଇଁ ଚାଷୀ ମାନେ ସମବାୟ ଓ ଯୋଗାଣ ବିଭାଗ ଅଫିସ କୁ ଧାଇ ଧାଇ ହଇରାଣ ହେଉଛନ୍ତି l ଧାନ ର ଟଙ୍କା ନ ମିଳିବାରୁ ଚାଷୀଙ୍କ ଘର ର ଖର୍ଚ୍ଚ ଓ ରଣ ଶୁଝିବାରେ ଅସୁବିଧା ହେଉଛି l ଏଣୁ ଧାନ ବିକି ଟଙ୍କା ପାଇନଥିବା ଚାଷୀଙ୍କ ଟଙ୍କା ତୁରନ୍ତ ଦେବା ପାଇଁ ବ୍ୟବସ୍ଥା କଲେ ଚାଷୀମାନେ ଉପକୃତ ହେବେ ବୋଲି ମହାସଭା ପକ୍ଷରୁ କୁହାଯାଇଛି l ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ସମ୍ପାଦକ ସିମାଞ୍ଚଳ ନାହାକ ଙ୍କ ସମେତ ଅନ୍ୟାନ୍ୟ ଚାଷୀ ମାନେ ଉପସ୍ଥିତ ଥିଲେ


