ଭିନ୍ନକ୍ଷମ ଯୁବତୀ ଦୁଷ୍କର୍ମକାରୀକୁ ୧୦ବର୍ଷ ଜେଲଦଣ୍ଡ
ବାଲେଶ୍ୱର, (ସରୋଜ ପଣ୍ଡା):ଭିନ୍ନକ୍ଷମ ଯୁବତୀ ଦୁଷ୍କର୍ମକାରୀ ନୀଳଗିରି ଅଞ୍ଚଳର ଚେମନ ନାୟକକୁ ଦୋଷୀ ସାବ୍ୟସ୍ତ ସହ ବାଲେଶ୍ୱର ଅତିରିକ୍ତ ଜିଲା ଓ ଦୌରାଜଜ ୧୦ବର୍ଷ ଜେଲ ଓ ୫ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଅଧିକ୧ମାସ କାରାବାସ ପାଇଁ ରାୟରେ ନିର୍ଦ୍ଦେଶ ଦିଆଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ନୀଳଗିରି ଥାନା ଅଞ୍ଚଳର ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଏକଲା ପାଇ ଅଭିଯୁକ୍ତ ଚେମନ ଘରକୁ ଟେକିଆଣି ଗତ ୨୦୨୦ ମସିହା ମେ ମାସ ୧୬ ତାରିଖ ଦିନ ଦୁଷ୍କର୍ମ କରିଥିଲେ । ଏହାକୁ ନେଇ ତା ୧୯.୫.୨୦୨୦ ରିଖରେ ଯୁବତୀର ପିତାଙ୍କ ଲିଖିତ ଅଭିଯୋଗ କ୍ରମେ ନୀଳଗିରି ଥାନାରେ ୧୬୨/୨୦ ନଂର ମାମଲା ରୁଜୁ ସହ ପୁଲିସ ଚେମନକୁ ଗିରଫ କରିଥିଲେ । ଏସଟି ନଂ୧୪୪/୭୨/୨୦-୨୧ରେ ୧୬ଜଣ ସାକ୍ଷୀ ଓ ଆନୁସଙ୍ଗିକ ୧୫ ଗୋଟି ଦସ୍ତାବିଜକୁ ଭିତ୍ତି କରି ଅତିରିକ୍ତ ଜିଲା ଦୌରାଜଜ ମିହିର କୁମାର ପରିଡ଼ା ଅଭିଯୁକ୍ତ ଚେମନକୁ ଦୋଷୀ ସାବ୍ୟସ୍ତ ସହ ଦଣ୍ଡାଦେଶ କରିଛନ୍ତି । ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଦୀପକ କୁମାର ଦାଶ ମାମଲା ପରିଚାଳନା କରିଥିଲେ ।