କାମ ଦେଉନି ସଚେତନତା କାର୍ଯ୍ୟକ୍ରମ, ବଉଳା ପାହାଡରେ ଲାଗିଲା ନିଆଁ, ଅନେକ ଗଛପତ୍ର ପୋଡି ଛାରଖାର

ହାଟଡ଼ିହି, (ବିକାଶ ବିଶ୍ୱାଳ):ହଦଗଡ ରେଞ୍ଜ ଅଧିନରେ ଥିବା ବଉଳା ପାହାଡରେ ଗତକାଲିି ଦିନ ୧୧ଟା ଠାରୁ ନିଆଁ ଲାଗି ଚତୁର୍ଦିଗକୁ ବ୍ୟାପିବାରେ ଲାଗିଛି । ଏପରିକି ସନ୍ଧ୍ୟା ବେଳକୁ ଏହି ନିଆଁର ତୀବ୍ରତା ବଢ଼ିବାରେ ଲାଗିଥିଲା । ନିଆଁ ଲାଗିବାଦ୍ୱାରା ଜଂଗଲରେ ଥିବା ଅନେକ ଗଛପତ୍ର ପୋଡି ଛାରଖାର ହୋଉଥିବାବେଳେ ଏହି ନିଆଁ ଦ୍ୱାରା ତଳ ଅଞ୍ଚଳରେ ଥିବା ଗ୍ରାମ ଗୁଡିକରେ ଉତ୍ତାପ ବୃଦ୍ଧି ପାଇଛି । ବନ ବିଭାଗ ପକ୍ଷରୁ ନିଆଁ ନଲଗାଇବା ନେଇ ସଚେତନତା କାର୍ଯ୍ୟକ୍ରମ କରାଯାଉଥିବା କୁହାଯାଉଥିଲେବି ତାହା ଲୋକଙ୍କ ଉପରେ କିଛି ପ୍ରଭାବ ପକାଉ ନଥିବାରୁ ଦିନକୁ ଦିନ ବିଭିନ୍ନ ଜଂଗଲରେ ନିଆଁ ବ୍ୟାପିବାରେ ଲାଗିଛି । ଖାଲି ବଉଳା ପାହାଡ ନୁହଁ ଏ ଅଞ୍ଚଳରେ ଥିବା ଅସିଆ, ବଣିଆହୁଡି, ରଙ୍ଗମାଟିଆ, ପୁରୁଣାପାଣି ଆଦି ଜଂଗଲରେ ନିଆଁ ଲାଗିଥିବା ବେଳେ ବନ ବିଭାଗ ପକ୍ଷରୁ ଏହି ନିଆଁକୁ ଆୟତ କରିବାକୁ ଉଦ୍ୟମ ଜାରି ରହିଛି । ଏ ସମ୍ପର୍କରେ ହଦଗଡ ରେଞ୍ଜର ସୁମିତ ମହାନ୍ତିଙ୍କୁ ପଚାରିବାରେ ସେ କହିଛନ୍ତି ଯେ କିଛି ଲୋକ ଆକ୍ରୋଶ ମୁଳକ ଭାବେ ଜଂଗଲକୁ ଯାଇ ନିଆଁ ଲଗାଇ ଦେଉଛନ୍ତି । ତେଣୁ ଆମେ ବା କଣ ଆଉ କରିପାରିବୁ । ଗୋଟିଏ ପକ୍ଷରେ କର୍ମଚାରୀ ଅଭାବ ହେତୁ ନିଆଁଲିଭା କାର୍ଯ୍ୟରେ ବିଳମ୍ବ ଘଟୁଥିଲେବି ଯେତିକି ବି କର୍ମଚାରୀ ଅଛନ୍ତି ସେମାନେ ଦିନରାତି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇ ନିଆଁକୁ ଆୟତ କରିଚାଲିଛନ୍ତି ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ