ଅମିତା ପଟ୍ଟନାୟକ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଲିଃର ନିର୍ଦ୍ଦେଶିକା ଭାବେ ନିର୍ବାଚିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):କୋରାପୁଟ ଜିଲ୍ଲାର ଜୟପୁର ସହରସ୍ଥିତ ଭୂପତିସାହି ନିବାସୀ ଇଂ ସନତ ପଟ୍ଟନାୟକଙ୍କ ସହଧର୍ମିଣୀ ତଥା ଓଡ଼ିଶା ରାଜ୍ୟ କୃଷକ ବିକାଶ ସମବାୟ ସମିତି ଲିଃର ନିର୍ଦ୍ଦେଶିକା ତଥା ଉପାଧ୍ୟକ୍ଷା ଶ୍ରୀମତୀ ଅମିତା ପଟ୍ଟନାୟକ ୨୬ ଫେବୃୟାରୀ ରବିବାର ଦିନ ଅନୁଷ୍ଠିତ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଲିଃର ୧୫ ନମ୍ବର ନିର୍ବାଚନ ମଣ୍ଡଳୀରୁ ବିପୁଳ ଭୋଟରେ ପରିଚାଳନା ପରିଷଦ ମଣ୍ଡଳୀର ନିର୍ଦ୍ଦେଶିକା ଭାବେ ନିର୍ବାଚିତ ହୋଇଛନ୍ତି । ଶ୍ରୀମତୀ ପଟ୍ଟନାୟକ ଜଣେ ଦକ୍ଷ ସଂଗଠିକା, ଉଚ୍ଚଶିକ୍ଷିତା ଓ ମିଷ୍ଟଭାଷୀ ମହିଳା । ଆଗାମୀ ଦିନରେ ରାଜ୍ୟର ଚାଷୀକୂଳ ତଥା ରାଜ୍ୟ ସମବାୟ ବ୍ୟାଙ୍କ ଲିଃର ସର୍ବାଙ୍ଗୀନ ଉନ୍ନତି ପାଇଁ ଚେଷ୍ଟିତ ରହିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ନିର୍ବାଚିତ ପରେ ଶ୍ରୀମତୀ ପଟ୍ଟନାୟକ ସମିତିର ଅଧ୍ୟକ୍ଷ ଶ୍ରୀ ଅମିୟ କୁମାର ପଟ୍ଟନାୟକ ଓ ସମସ୍ତ ସଭ୍ୟସଭ୍ୟାଙ୍କୁ କୃତଜ୍ଞତା ଜଣାଇଛନ୍ତି । ଅନୁରୂପ ଭାବେ ଓଡ଼ିଶା ରାଜ୍ୟ କୃଷକ ବିକାଶ ସମବାୟ ସମିତିର ଅଧ୍ୟକ୍ଷଙ୍କ ସମେତ ଅନ୍ୟତମ ନିର୍ଦ୍ଦେଶକ ସୁବାସ ରାଉତ, ବସନ୍ତ କୁମାର ମହାରଣା, ଦେବେନ୍ଦ୍ର କୁମାର ରାଓ, ଜୟା ମାଝୀ, ବୃନ୍ଦାବନ ଖଟେଇ, ଗୋବିନ୍ଦ ପଟେଲ, ଅରବିନ୍ଦ ସାମଲ, ବିଦ୍ୟୁଲତା ମହାନ୍ତ, ଦେବକୀ ନାୟକ, ଜଗନ୍ନାଥ ଜେନା, ସୁରଜ ମହାପାତ୍ର, ନିରଞ୍ଜନ ବେହେରା ପ୍ରମୁଖ ସମସ୍ତ ସଭ୍ୟସଭ୍ୟା ଶ୍ରୀମତୀ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ