ମ୍ୟାଲେରିଆ ନିରାକରଣ ସଚେତନତା ତାଲିମ୍‌‌ କାର୍ଯ୍ୟକ୍ରମ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ସଂପ୍ରତି କନ୍ଧମାଳ ଜିଲ୍ଲା ଏକ ମ୍ୟାଲେରିଆ ପ୍ରବଣ ଅଂଚଳ ହୋଇଥିବା ବେଳେ ସରକାରଙ୍କ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜନସଚେତନତା ସୃଷ୍ଟି ପାଇଁ ପ୍ରୟାସ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ଭେକ୍ଟର ବର୍ଣ୍ଣ ଡିଜିଜ୍‌‌ କଂଟ୍ରୋଲ କାର୍ଯ୍ୟକ୍ରମ ମାଧ୍ୟମରେ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀଙ୍କ ସହଯୋଗରେ କିଛି ସ୍ୱେଚ୍ଛାସେବୀ ମାନଙ୍କୁ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଅଂଚଳର ଅପହଂଚ ଇଲାକାରେ ଅଧିକ ସଚେତନତା ସୃଷ୍ଟି ନିମନ୍ତେ ଆରମ୍ଭ ହୋଇଯାଇଛି। ଏଥି ନିମନ୍ତେ ସମସ୍ତ ୧୫ ଜଣ ସ୍ୱେଚ୍ଛାସେବୀ ଓ ୨ଜଣ ସୁପର୍‌‌ଭାଇଜରଙ୍କୁ ନେଇ ଏକ ଦିନିକିଆ ତାଲିମ୍‌‌ କାର୍ଯ୍ୟକ୍ରମ ବାଲନ୍ଦାପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସଂପାଦକ ହରିଶଙ୍କର ରାଉତଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ତାଲିମ୍‌‌ କାର୍ଯ୍ୟକ୍ରମରେ କୁମୁଦ ଚନ୍ଦ୍ର ସାହୁ ଓ ସନତ କୁମାର ମହାପାତ୍ର ଯୋଗଦେଇ ତାଲିମ୍‌‌ ପ୍ରଦାନ କରିଥିଲେ। ମ୍ୟାଲେରିଆ ପ୍ରବଣ ଅଂଚଳ ଭାବେ ପରିଚିତ ରାଈଗୁଡା, ସଲାଗୁଡା, କ୍ରାଣ୍ଡିବାଲି, ପାହିରାଜୁ, ସାଡିଙ୍ଗିଆ, ଜାଜେସପାଙ୍ଗା ଇତ୍ୟାଦି ପଂଚାୟତ ଗୁଡିକରେ ସଂକ୍ରମଣ ରୋକିବା ପାଇଁ ଆଶା କର୍ମୀମାନେ କାର୍ଯ୍ୟ କରି ଆସୁଥିଲେ ‘ବି’ ପଜିଟିଭ୍‌‌ ଚିହ୍ନଟ ହୋଇଥିବା ମ୍ୟାଲେରିଆ ରୋଗୀଙ୍କର ସଂପୂର୍ଣ୍ଣ ମାତ୍ରାର ଔଷଧ ସେବନ, ଗର୍ଭବତୀ ଓ ପ୍ରସୁତି ମା ମାନେ କିପରି ମଶାରୀ ବ୍ୟବହାର କରିବେ ଓ ଅଧିକ ମାତ୍ରାରେ ସ୍କ୍ରିନିଂ କରି ରୋଗୀ ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇ ପାରିବ ସେ ଉପରେ ଅଧିକ ଗୁରୁୂତ୍ୱ ଦିଆଯାଇଥିବା ସଂଯୋଜକ ବିଶ୍ୱରଞ୍ଜନ କର କହିଥିଲେ। କାର୍ଯ୍ୟକ୍ରମରେ ଆଲୋକ ସାମନ୍ତରାୟ, ସୌରଭ ପଣ୍ଡା, ସୀତା ରଣା, ପ୍ରଭାତ ନାୟକ, ଗରୁଡ ଦିଗାଲ, ବିନ୍ଧ୍ୟାରାଣୀ ପ୍ରଧାନ, ସାମନ୍ତି ଦିଗାଲ, ଅନୁପମା କହଁର, ଆନିଶି, ମାନସ ପ୍ରଧାନ, ପ୍ରଦୀପ କୁମାର, ଗରୁଣ ଦିଗାଲ ଓ ମାନିନୀ ସ୍ୱେଚ୍ଛାସେବୀ ଭାବରେ ତାଲିମ୍‌‌ରେ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମରେ ତାଲିମ୍‌‌ ପ୍ରାପ୍ତ ସମସ୍ତ ସ୍ୱେଚ୍ଛାସେବୀ ମାନଙ୍କୁ ସାର୍ଟିଫିକେଟ୍‌‌ ପ୍ରଦାନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ