ସଦର ନିର୍ବାଚନମଣ୍ଡଳୀ ସ୍ତରୀୟ ସମୀକ୍ଷା ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):ଆର୍ଥିକ ବର୍ଷ ୨୦୨୨-୨୩ ଶେଷ ହେବା ପୂର୍ବରୁ ସଦର ନିର୍ବାଚନମଣ୍ଡଳୀ ସ୍ତରୀୟ ଏକ ସମୀକ୍ଷା ବୈଠକ ସ୍ଥାନୀୟ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଦର ବିଧାୟକ ସ୍ୱରୂପ ଦାସ ଅଧ୍ୟକ୍ଷତା କରିବା ସହିତ ସମଗ୍ର ନିର୍ବାଚନମଣ୍ଡଳୀରେ କାର୍ଯ୍ୟକାରୀ ହେଉଥିବା ସରକାରୀ ଯୋଜନା ତଥା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ । କାର୍ଯ୍ୟର ଗୁଣବତା ରକ୍ଷା ସହ ଧାର୍ଯ୍ୟ ସମୟ ମଧ୍ୟରେ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ଉପରେ ବିଧାୟକ ଗୁରୁତ୍ୱାରୋପ କରିଥିଲେ । ସଦର ବିଡିଓ ନରେନ୍ଦ୍ର ଖମାରୀଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ବ୍ଲକ ଅଧ୍ୟକ୍ଷା ସୁନିତା ସେଠୀ, ସଦର ତହସିଲଦାର ନିର୍ଲିପ୍ତା ମହାନ୍ତି, ପୌରାଧ୍ୟକ୍ଷା ସବିତା ସାହୁ, ଉପାଧ୍ୟକ୍ଷ କୈଳାସ ସେଠୀ ପ୍ରମୁଖ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପର ମନ୍ଥର କାର୍ଯ୍ୟଧାରା ସମ୍ପର୍କରେ ଅବଗତ କରିଥିଲେ । ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ଧାର୍ଯ୍ୟ ସମୟ ଅବଧି ମଧ୍ୟରେ ଶେଷ ପାଇଁ ଅଧିକାରୀଙ୍କ ସମେତ ଲୋକ ପ୍ରତିନିଧିମାନେ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ବାଲେଶ୍ୱର ପୌରପାଳିକାର କାଉନସିଲରମାନେ ଉପସ୍ଥିତ ଥିଲେ ।


