ମାଟ୍ରିକ ପରୀକ୍ଷାର ପ୍ରଥମ ଦିନ ଜିଲ୍ଲାରେ ୫୦୯ ପରୀକ୍ଷାର୍ଥୀ ଅନୁପସ୍ଥିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାରେ ଶୁକ୍ରବାର ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ୫୦୯ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ସୂଚନା ମିଳିିଛି । ପ୍ରଥମ ଦିନ ପ୍ରଥମ ଭାଷା ଓଡିଆରେ କେହି କପି କରି ବୁକ୍ ହୋଇନଥିବା ମଧ୍ୟ ଜଣାପଡିଛି । ମାଟ୍ରିକ ପରୀକ୍ଷା ପାଇଁ ୧୯ ହଜାର ୪୭୩ ଜଣ, ମଧ୍ୟମା ପରୀକ୍ଷା ପାଇଁ ୩୦୫ ଜଣ ଏବଂ ପତ୍ର ବିନିମୟରେ ପରୀକ୍ଷା ପାଇଁ ୧୬୩ ଜଣ ଏହିପରି ମୋଟ ୧୯ ହଜାର୯୪୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମଫିଲପ କରିଥିଲେ । ସେଥିମଧ୍ୟରୁ ମଧ୍ୟମାରେ ୪୯ ଜଣ, ପତ୍ର ବିନିମୟରେ ୩୫ ଜଣ ଏବଂ ହାଇସ୍କୁଲ ପରୀକ୍ଷାରେ ୪୨୫ ଏହିପରି ମୋଟ୍ ୫୦୯ ଜଣ ପରୀକ୍ଷାର୍ଥୀ ପ୍ରଥମ ଦିନର ପରୀକ୍ଷାରେ ଅନୁପସ୍ଥିତ ଥିବା ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ