ପ୍ରଥମ ଦିନ ମାଟ୍ରିକ ପରୀକ୍ଷା ଶେଷ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା):ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ଭଣ୍ଡାରିପୋଖରୀ ବ୍ଲକର ୧୦ଗୋଟି କେନ୍ଦ୍ରରେ ଶାନ୍ତିଶୃଙ୍ଖଳାର ସହିତ ମାତୃଭାଷା ଓଡ଼ିଆ ପରୀକ୍ଷା ଶେଷ ହୋଇଛି। ସୂଚନା ଅନୁଯାୟୀ ରହଣିଆ ଉଚ୍ଚ ବିଦ୍ୟାଳୟ କେନ୍ଦ୍ର ଠାରେ ୧୪୮ଜଣ ଛାତ୍ରଛାତ୍ରୀ ମାଟ୍ରିକ ଦେଇଥିବା ବେଳେ ନପଙ୍ଗ ଠାରେ ୧୬୫, ସରସଦା ଠାରେ ୧୭୬, ବାଲିପୋଖରୀ ଠାରେ ୧୨୧ ଓ ମଞ୍ଜୁରୀରୋଡ଼ ଠାରେ ୧୫୮ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଛନ୍ତି। ସେହିଭଳି ଯଶୋଟିକିରି ଉଚ୍ଚ ବିଦ୍ୟାଳୟ ଠାରେ ୧୩୫ଜଣ ନିୟମିତ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବା ବେଳେ ମଧ୍ୟମାରେ ୨୬ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଛନ୍ତି। ଅନୁରୂପ ଭାବେ କୁଲଣା ଠାରେ ୧୩୪ଜଣ, ବାରିକପୁର ଠାରେ ୧୭୬, ଭଣ୍ଡାରିପୋଖରୀ ଉଚ୍ଚ ବିଦ୍ୟାଳୟ ଠାରେ ୧୮୧ଜଣ ପରୀକ୍ଷା ଦେଇଥିବା ବେଳେ ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ଚିଙ୍ଗିଡିପୁର ଠାରେ ୩୮ଜଣ ଛାତ୍ରଛାତ୍ରୀ ଜାତୀୟ ମୁକ୍ତ ବିଦ୍ୟାଳୟ ଜରିଆରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ