ଶୈବପୀଠରେ ବିଜେଡ଼ି ପକ୍ଷରୁ ବିଶାଳ ମହିଳା ସମାବେଶ ଓ ରକ୍ତଦାନ ଶିବିର
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର – ମଧୁବନ ଗ୍ରାମ ଶ୍ରୀ ଲୋକନାଥେଶ୍ବର ଶୈବପୀଠ ପ୍ରାଙ୍ଗଣରେ ମହିଳା ବିଜୁ ଜନତା ଦଳ ଦିଗପହଣ୍ଡି ବ୍ଲକ କମିଟି ପକ୍ଷରୁ ଗୁରୁବାର ଏକ ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହୋଇଥିଲା । ଏଥିସହ ଓଡ଼ିଶା ମୋ ପରିବାର, ଜୀବନ ବିନ୍ଦୁ ଓ ବିଜୁ ଯୁବ ଛାତ୍ର ଜନତା ଦଳ ର ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସ୍ଥାନୀୟ ସରପଞ୍ଚ ତଥା ଦିଗପହଣ୍ଡି ବ୍ଲକ ସରପଞ୍ଚ ସଂଘ ସଭାପତି ମନୋରଞ୍ଜନ ଗୌଡ ଓ ମହିଳା ବିଜେଡ଼ି ଦିଗପହଣ୍ଡିି ବ୍ଳକ ସଭାନେତ୍ରୀ ଉମା ମହେଶ୍ୱରୀ ସେଠୀଙ୍କ ମିଳିତ ସଭାପତିତ୍ବରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ପ୍ରାୟ ୨ ହଜାରରୁ ଉର୍ଦ୍ଧ୍ଵ ମହିଳା ଏହି ବିଶାଳ ସମାବେଶରେ ସାମିଲ ହୋଇଥିଲେ । ଏହି ସମାବେଶରେ ବ୍ଳକ ଅଧ୍ୟକ୍ଷା ସୁନୀତା ସେଠୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ଅଗ୍ରାଧିକାର ଓ ସ୍ବାବଲମ୍ବୀ କରିବା ସକାଶେ ଯେଉଁ ଉଦ୍ୟମ ଜାରି ରଖିଛନ୍ତି ତାହାକୁ ଖୁବ୍ ପ୍ରଶଂସା କରିବା ସହ କାର୍ଯ୍ୟକ୍ରମର ମହତ୍ତ୍ଵ ସମ୍ପର୍କରେ ଉଦବୋଧନ ଦେଇଥିଲେ । ସେହିପରି ମହିଳା ବିଜେଡ଼ି କୁକୁଡ଼ାଖଣ୍ଡି ବ୍ଲକ ସଭାନେତ୍ରୀ ନିରୁପମା ପାତ୍ର , କୁକୁଡାଖଣ୍ଡି ବ୍ଳକ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର , ଦିଗପହଣ୍ଡି ବ୍ଲକ ଉପାଧ୍ୟକ୍ଷା ସୁକାନ୍ତି ପ୍ରଧାନ , ମହିଳା ବିଜୁ ଜନତା ଦଳ ଗଞ୍ଜାମ ଜିଲା ସମ୍ପାଦିକା ପ୍ରିୟମ୍ବଦା ପାଢୀ , ନମିତା ପାତ୍ର , ବ୍ରହ୍ମପୁର ଏମ ପି ପ୍ରତିନିଧି ନିରୂପମା ପଟ୍ଟନାୟକ , ମହିଳା ବିଜେଡ଼ି ଦିଗପହଣ୍ଡି ବ୍ଲକ ସଭାନେତ୍ରୀ ଅନିତା ବେହେରା , ମହିଳା ବିଜେଡ଼ି ଜିଲା ଡିଜିଟାଲ ସମ୍ପାଦିକା ରଶ୍ମିତା କୁମାରୀ ପ୍ରଧାନ ଯୋଗଦେଇ ମହିଳା ସଶକ୍ତିକରଣ ପାଇଁ ବିଜେଡ଼ି ଦଳ ତଥା ରାଜ୍ୟ ସରକାରଙ୍କ ବିଭିନ୍ନ ଯୁଗାନ୍ତକାରୀ ପଦକ୍ଷେପ ଗୁଡ଼ିକ ସମ୍ପର୍କରେ ଉଦବୋଧନ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ କାମିନୀ ନାୟକ , ଜୟଲକ୍ଷ୍ମୀ ଗୌଡ, ଗୀତାଞ୍ଜଳି ଜାନୀ , ଗାୟତ୍ରୀ ବ୍ରହ୍ମା , ପ୍ରିୟଙ୍କା ନାୟକ , ସମିତି ସଭ୍ୟା କାମିନୀ ପ୍ରଧାନ, ଶୈଳ ବେହେରାଙ୍କ ସମେତ ବହୁ ମହିଳା ନେତ୍ରୀ ସମାବେଶରେ ଯୋଗ ଦେଇଥିଲେ । ଏହାପରେ ସରପଞ୍ଚ ମନୋରଞ୍ଜନ ଗୈାଡଙ୍କ ନେତୃତ୍ୱରେ ଏବଂ ପଲ୍ଲବୀ ରାଣୀ ଗୌଡଙ୍କ ସଂଯୋଜନାରେ ଆୟୋଜିତ ରକ୍ତଦାନ ଶିବିରରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ ସୁବାଷ ମହାରଣା , ବିଜେଡ଼ି ଗଞ୍ଜାମ ଜିଲା କମିଟି ଉପସଭାପତି ବି. କ୍ରୀଷ୍ଣାରାଓ ସୁବୁଦ୍ଧି , ଯୁବ ବିଜେଡ଼ି ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀ, ବିଜେଡ଼ି ଦିଗପହଣ୍ଡି ବ୍ଲକ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପ୍ରଧାନ , ଯୁବ ବିଜେଡ଼ି ଦିଗପହଣ୍ଡି ବ୍ଲକ ସଭାପତି ରଞ୍ଜନ କୁମାର ସାହୁ , ଯୁବ ବିଜେଡ଼ି ଗଞ୍ଜାମ ଜିଲା ଉପସଭାପତି ଚିତ୍ରସେନ ଗୌଡ , ସରପଞ୍ଚ ପ୍ରତିନିଧି ଆଦିତ୍ୟ ସାହୁ , ସନ୍ତୋଷ ଦୋରା , ଜିଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ , ପୂର୍ବତନ ଜିଲା ପରିଷଦ ସଦସ୍ୟ କୃଷ୍ଣଚନ୍ଦ୍ର ସେଠୀ , ନକୁଳ ପ୍ରଧାନ , ରାମେଶ୍ବର ପାଣିଗ୍ରାହୀ , ସମୀର ବେହେରା , ତ୍ରିପତୀ ପ୍ରଧାନ , ଉମାକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ଏଥିରେ ବ୍ରହ୍ମପୁର ରକ୍ତଭଣ୍ଡାରର କର୍ମକର୍ତ୍ତାଙ୍କ ସହାୟତାରେ ୩୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ପଞ୍ଚାୟତର ଯୁବଗୋଷ୍ଠୀ , ସ୍ବେଚ୍ଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ଓ ସଦସ୍ୟ ବୃନ୍ଦ ଶିବିର ପରିଚାଳନା କରିବା ରେ ସହଯୋଗ କରିଥିଲେ ।


