ପୋଲସରା ପଞ୍ଚାୟତ ସମିତିର ଷଷ୍ଠ ବୈଠକ, ଆଗକୁ ଖରା ପାନୀୟ ଜଳ ଉପରେ ଗୁରୁତ୍ୱ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ପଞ୍ଚାୟତ ସମିତିର ଷଷ୍ଠ ବୈଠକ ମାର୍ଚ୍ଚ ୯ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ବୈଠକ ଅଧ୍ୟକ୍ଷା କଳ୍ପନା କୁମାରୀ ପ୍ରଧାନ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବିଡ଼ିଓ କୈଳାଶ ଚନ୍ଦ୍ର ମୁର୍ମୁ ସ୍ୱାଗତ ଭାଷଣ ସହ ବୈଠକର କାର୍ଯ୍ୟସୂଚୀ ସମ୍ପର୍କରେ ଧାରଣା ପ୍ରଦାନ କରିଥିଲେ। ବୈଠକରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଶ୍ରମମନ୍ତ୍ରୀ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇ ୨୬ ଗୋଟି ପଞ୍ଚାୟତର ବିଭିନ୍ନ ସମସ୍ୟା ଓ ସମାଧାନ ଉପରେ ଆଲୋଚନା କରିଥିଲେ। ଆଗକୁ ଗ୍ରୀଷ୍ମ ଋତୁ ଥିବା ବେଳେ କିପରି ପ୍ରତି ପଞ୍ଚାୟତରେ ପାନୀୟ ଜଳ ଯୋଗାଣ ସଠିକ ଭାବେ ହୋଇ ପାରିବ ସେହି ଉପରେ ଅଧିକ ଗୁରୁତ୍ୱ ଦିଆଯିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଶତ ପ୍ରତିଶତ ଘରୋଇ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଜାରି ରହିଥିବା ନେଇ ବିଭାଗୀୟ ଯନ୍ତ୍ରୀ ସୂଚନା ଦେଇଥିଲେ । ଏହା ସହିତ ପ୍ରତି ଗ୍ରାମରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଗୁଡ଼ିକର ରକ୍ଷାଣ ବେକ୍ଷଣ ଓ ଜଳ ଯୋଗାଣ ଉପରେ ସ୍ଵତ୍ୱନ୍ତ୍ର ଧ୍ୟାନ ଦିଆଯାଉଛି ବୋଲି ପ୍ରକାଶ କରିଥିଲେ । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଅଧାପନ୍ତରିଆ ଅଙ୍ଗନୱାଡ଼ି କୋଠାକୁ ସମ୍ପୂର୍ଣ୍ଣ କରିବା ନିମନ୍ତେ ସିଡ଼ିପିଓ ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ସହିତ ଯେଉଁ କେନ୍ଦ୍ରରେ ବିଦ୍ୟୁତ୍ ସଂଯୋଗ ନାହିଁ ଚଳିତ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସେହି ଅଙ୍ଗନୱାଡ଼ି କେନ୍ଦ୍ରକୁ ତୁରନ୍ତ ବିଦ୍ୟୁତ୍ ସଂଯୋଗ କରିବା ପାଇଁ ନିବେଦନ କରିଥିଲେ । କୃଷି ବିଭାଗ ପକ୍ଷରୁ ଖରିଫ୍ ଋତୁରେ ଧାନ ଫସଲ ନିମନ୍ତେ ଧାନ ବିହନ, ଧନିଚା ଓ ଆବଶ୍ୟକ ରସାୟନ ସାର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବା ବ୍ୟବସ୍ଥା ଗ୍ରହଣ କରାଯାଉଥିବା ନେଇ ଉପସ୍ଥାପନ କରିଥିଲେ । ପ୍ରାଣୀଧନ ଚିକିତ୍ସା ବିଭାଗ ପକ୍ଷରୁ ଲମ୍ପି ଚର୍ମରୋଗର ଟୀକା କରଣ ସହ ବିଭାଗୀୟ ନିର୍ଦ୍ଦେଶ ଅନୁସାରେ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ନେଇ ପଶୁଧନ ଚିକିତ୍ସା ଅଧିକାରୀ ସୂଚନା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ