ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ବି ଇ ଓ ଙ୍କୁ ଦାବୀପତ୍ର
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ନୂତନ ପେନସନ ଭୁକ୍ତ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ସାନଖେମୁଣ୍ଡି ବ୍ଲକ୍ ଶାଖା ପକ୍ଷରୁ ପ୍ରାଥମିକ ଶିକ୍ଷକଙ୍କ ଠିକା ନିଯୁକ୍ତି ଉଚ୍ଛେଦ ଠିକା କାର୍ଯ୍ୟକାଳ କୁ ୬ ଟି ଇଂକ୍ରିମେଣ୍ଟ ଦେଇ ସର୍ଭିସ୍ ଗଣନା ଲାଗୁ ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ନୂତନ ପେନସନ ବ୍ୟବସ୍ଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ଲାଗୁ ୨୦୦୧ରୁ ନିଯୁକ୍ତ ଶିକ୍ଷା ସହାୟକ ପଦବୀର ଶିକ୍ଷକ ବର୍ଗୀକରଣ ବ୍ୟବସ୍ଥା ଉଚ୍ଛେଦ କରିବା ସମେତ ବିଭିନ୍ନ ଦାବୀ ପୂରଣ ନେଇ ମୁଖ୍ୟମନ୍ତ୍ରୀ ୫ଟି ସଚିବ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଧ୍ୟେଶରେ ବ୍ଲକ୍ ଶିକ୍ଷାଧିକାରୀ କୋରେସୁ ସେଠୀଙ୍କ ଜରିଆରେ ମୌଳିକ ଦାବୀ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସଂଘ ସଭାପତି ଅଶୋକ ଖୁଣ୍ଟିଆ ସମ୍ପାଦକ ସୁଶାନ୍ତ କୁମାର ତ୍ରିପାଠୀ ଶିବରାମ ସାବତ ଡି ମୁକେଶ ପାତ୍ର ସତ୍ୟନାରାୟଣ ନାୟକ କୃଷ୍ଣଚନ୍ଦ୍ର ବେହେରା ବିନୋଦ ଚନ୍ଦ୍ର ପ୍ରଧାନ ଶଙ୍କର୍ଷଣ ସେଠୀ ଜାଗିଲୀ ପଢ଼ିଆଳି ପ୍ରମୋଦ ବାଡତ୍ୟା ଦିଲୀପ ସେନଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କନିଷ୍ଠ ଶିକ୍ଷକ ସିଆରସିସି ପ୍ରମୁଖ ଯୋଗ ଦେଇ ଦୀର୍ଘ ୨୨ ବର୍ଷ ଧରି ପ୍ରାଥମିକ ଶିକ୍ଷକଙ୍କୁ କ୍ରମାଗତ ସରକାରି ଅବହେଳାର ତୀବ୍ର ପ୍ରତିବାଦ କରିଥିଲେ। ଆସନ୍ତା ୧୫ ତାରିଖ ସୁଦ୍ଧା ସମସ୍ତ ଦାବୀ ପୂରଣ ନହେଲେ ଆଗାମୀ ଆନ୍ଧୋଳନକୁ ତୀବ୍ର କରାଯିବ ବୋଲି ପ୍ରକାଶ ପାଇଛି।