ମସଲକେ ଇମାମେ ଆଜମ କନଫରେନ୍ସ ଓ ଜସନେ ଦସ୍ତାରବନ୍ଦି
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଗରାପୁରସ୍ଥିତ ଜାମିଆ ହବିବିୟା ରିଜବିୟା ପକ୍ଷରୁ ମସଲକେ ଇମାମେ ଆଜମ କନଫରେନ୍ସ ଓ ଜସନେ ଦସ୍ତାରବନ୍ଦି ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ମୈାଲବୀ ଅକ୍ତର ରଜା ଜିୟାଇଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଧାମନଗରର ମୈାଲାନା ସୟଦ ଗୁଲାମ ମହମ୍ମଦ ହବିବ, ଅନ୍ୟତମ ଅତିଥି ଭାବେ ୟୁପିର ମୁଫତି ଅକ୍ତର ହୋସେନ ଆଲିମି, ଧାମନଗରର ମୁଫତି ଉସମାନ ସମସି, ମୈାଲାନା ଗୁଲାମ ମହମ୍ମଦ ସାହାବ, କାରି ମନୱର ସାହାବ, ମୈାଲାନା ଅବଦୁଲା ରଜଭି, ସାବିର ହୋସେନ, ସମିଉଲ ଅକ୍ତର ମୁଜାହିଦୀ, ତବରେଜ ଆଲମ ମିସବାହୀ, ମୁଜାଫର ହୋସେନ, ମୁଫତି ମୁୁସରଫ, ମୈାଲାନା ଫୁରକାନ, ମୈାଲାନା ବଦ୍ରୁଜ ଜମା, ମୈାଲାନା ଖୁରସିଦ ଆଲମ ହବିବି ପ୍ରମୁଖ ଯୋଗଦେଇ ଏହି ଉତ୍ସବରେ ତକଦିର କରିଥିଲେ । ୬ଜଣ ପିଲାଙ୍କୁ ଦସ୍ତାର ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଧାୟକଙ୍କ ପ୍ରତିନିଧି ରଶ୍ମୀରଞ୍ଜନ ଭଟ୍ଟ, ବ୍ଲକ ଉପାଧ୍ୟକ୍ଷ ପ୍ରତାପନାରାୟଣ ମହାପାତ୍ର, ଅବଦୁଲ ସଲିମ ଖାନ, ମୀର ସଫିକ, ଅଇନୁଲ ଇସଲାମ ପ୍ରମୁଖ ଉପସ୍ଥିତ ଥିଲେ ।