ଅଗ୍ନିକାଣ୍ଡ ଘଟି ୨ ଟି ପରିବାରର ୪ ବଖରା ଘର ପୋଡି ନଷ୍ଟ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ବ୍ଳକ୍ ହରିଗଡ ପଞ୍ଚାୟତର ଗୋଡିବନ୍ଧ ଗ୍ରାମରେ ଆଜି ଅପରାହ୍ନ ସମୟରେ ଅଗ୍ନିକାଣ୍ଡ ଘଟି ୨ ଟି ପରିବାରର ୪ ବଖରା ଘର ପୋଡି ନଷ୍ଟ ହୋଇଛି। ଗ୍ରାମର ବାବୁ ନାଇକ ଏବଂ ଗାୟତ୍ରୀ ନାଇକଙ୍କ ଘର ସଂପୂର୍ଣ୍ଣ ପୋଡି ଜଳି ଯାଇଛି। ଖବର ପାଇ ଭଞ୍ଜନଗର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଘରର ସମସ୍ତ ଆସବାପତ୍ର ପୋନଡି ଜଳି ଯାଇଥିବା ବେଳେ ଘରେ ରହିଥିବା ଗୋଟିଏ ଗ୍ୟାସ୍ ସିଲିଣ୍ଡରୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ବାହାରକୁ ଆଣିଥିଲେ। ଆଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡି ନଥିବା ବେଳେ ସେମାନଙ୍କୁ ତୁରନ୍ତ ସରକାର ସହୟତା ପ୍ରଦାନ କରିବାକୁ ଦାବି ହୋଇଛି।