କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ଆଞ୍ଚଳିକ କମିଟି ଗଠିତ

ବାଲେଶ୍ୱର, (ସରୋଜ ପଣ୍ଡା):କୃଷି ମହାବିଦ୍ୟାଳୟ ଓ ଗବେଷଣା କ୍ଷେତ୍ର ପ୍ରତିଷ୍ଠା କ୍ରିୟାନୁଷ୍ଠାନ ସମିତିର ରେମୁଣା ଆଞ୍ଚଳିକ କମିଟିର ବୈଠକ ନୂଆଗାଁ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ବୈଠକରେ ଗଠିତ ହୋଇଛି । କୃଷିବିତ୍ ହରନାରାୟଣ ମଢ଼ୁଆଳ ଅଧ୍ୟକ୍ଷତା ଏଥିରେ କରିଥିଲେ । ଆଞ୍ଚଳିକ କମିଟିର ଆବାହକ ହରିହର ପରିଡ଼ା ବାହାନଗା, ରେମୁଣା, ନୀଳଗିରି ଓ ସଦର ତଥା ଜିଲ୍ଲା କମିଟିର ପ୍ରତିନିଧିମାନଙ୍କୁ ସ୍ୱାଗତ ଜଣାଇଥିଲେ । ଜିଲ୍ଲା କମିଟିର ଆବାହକ ଡକ୍ଟର କେଶବ ଚରଣ ପଣ୍ଡା ଗତ ଏକ ବର୍ଷଧରି ଉତ୍ତର ଓଡ଼ିଶାର କେନ୍ଦ୍ରସ୍ଥଳ ବାଲେଶ୍ୱରରେ କୃଷି ଓ କୃଷକମାନଙ୍କ ସ୍ୱାର୍ଥ ପାଇଁ ସରକାରୀ କୃଷି ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ ବିଭିନ୍ନ ସ୍ତରରେ ହୋଇଥିବା ଉଦ୍ୟମ ସଂପର୍କରେ ବୈଠକରେ ଉପସ୍ଥିତମାନଙ୍କୁ ଅବଗତ କରାଇଥିଲେ । ବରିଷ୍ଠ ସାମାଜିକ କର୍ମୀ ଗୌରାଙ୍ଗ ପାଣିଗ୍ରାହୀ ଜିଲ୍ଲାବ୍ୟାପୀ ସଂଗଠନ ଓ ଦାବିର ଯଥାର୍ଥତା ଉପରେ ଗୁରୁତ୍ୱ ଦେଇଥିଲେ । ରେମୁଣା ବ୍ଲକ୍ କମିଟି ପକ୍ଷରୁ ସତ୍ୟନାରାୟଣ ମିଶ୍ର, ସଦରରୁ ପ୍ରଶାନ୍ତ ପରିଡ଼ା, ବାହାନଗାରୁ ମୁକ୍ତିକାନ୍ତ ପାଣିଗ୍ରାହୀ ଓ ନୀଳଗିରିରୁ ସୁରେନ୍ଦ୍ର ପଣ୍ଡା ପ୍ରମୁଖ ସେମାନଙ୍କ ବ୍ଲକ୍ କମିଟି ଗଠନ ପାଇଁ ଦାୟିତ୍ୱ ନେଇଛନ୍ତି । ଆସନ୍ତା ୨୬ ତାରିଖ ଦିନ ଜିଲ୍ଲାସ୍ତରୀୟ ସାଧାରଣ ସଭା ଓ ବାର୍ଷିକ ସମ୍ମିଳନୀରେ ସେମାନଙ୍କ ବ୍ଲକ୍ ପ୍ରତିନିଧି ଯୋଗଦେବାକୁ ସହମତି ପ୍ରକାଶ କରିଛନ୍ତି ।ଏହି ବୈଠକରେ ରାମଚନ୍ଦ୍ର ସାହୁ, ଅଭୟ ଚନ୍ଦ୍ର ମିଶ୍ର, ପ୍ରବୋଧ କୁମାର ପାତ୍ର, ଭାସ୍କର ଚନ୍ଦ୍ର ପାଢ଼ୀ, ବଂଶୀଧର ପରିଡ଼ା, ଗଙ୍ଗାଧର ବେହେରା, ଜୟନ୍ତ ପଟ୍ଟନାୟକ, ବିଜୟ କୁମାର ଜେନା, ପ୍ରଶାନ୍ତ ମହାଳିକ, ସୁଶାନ୍ତ ରଥ, ସତ୍ୟବ୍ରତ ମିଶ୍ର, ପ୍ରବୀର ଗିରି, ଶ୍ରୀକାନ୍ତ ବେହେରା, ପିତାମ୍ବର ମାଝୀ, ରବି କୁମାର ପାଣିଗ୍ରାହୀ, ଆନନ୍ଦ ଚନ୍ଦ୍ର ଦାସ, ଦେବାଶିଷ ମହାପାତ୍ର, ସୁରେନ୍ଦ୍ର ପଣ୍ଡା ଓ ଜୟନ୍ତ ବିନ୍ଧାଣୀ ପ୍ରମୁଖ ଆଲୋଚନାର ଅଂଶଗ୍ରହଣ କରିଥିଲେ । ମନୋଜ କୁମାର ନାୟକ ଶେଷରେ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ