ଛତ୍ରପୁର ହଷ୍ପିଟାଲକୁ ପରିଦର୍ଶନ କରି ରୋଗୀଙ୍କୁ ପ୍ରଦାନ କରାଯାଉଥିବା ବିଭିନ୍ନ ସେବାର ତଦାରଖ କଲେ ଗଞ୍ଜାମ ଜିଲ୍ଲାପାଳ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ୫ ଟି ଓ ଆମ ହଷ୍ପିଟାଲ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଏନେଇ ଗୁରୁବାର ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଚାନକ ପରିଦର୍ଶନ ହଷ୍ପିଟାଲରେ ଯୋଗାଇ ଦିଆଯାଉଥିବା ବିଭିନ୍ନ ସେବାକୁ ଅନୁଧ୍ୟାନ କରିଛନ୍ତି । ଏହା ସହ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ରୀପାନ୍ତରିକରଣ କରିବା ପାଇଁ ହାତକୁ ନିଆଯାଇଥିବା ବିଭୀନ୍ନ କାର୍ଯ୍ୟକ୍ରମର ମଧ୍ୟ ତଦାରଖ କରିଛଣ୍‌ତି । ହଷ୍ପିଟାଲ ପରିସରରେ ରୋଗୀଙ୍କୁ ପ୍ରଦାନ କରାଯାଉଥିବା ଖାଦ୍ୟ, ରୋଗୀଙ୍କ ପାଇଁ ଥିବା ଶର୍ଯ୍ୟା ଆଦି କାର୍ଯ୍ୟର ସମୀକ୍ଷା କରିବା ସହିତ ଆଗାମୀ ଦିନରେ ଉକ୍ତ ହଷ୍ପିଟାଲକୁ ଏକ ସୁନ୍ଦର ହଷ୍ପିଟାଲ କରିବା ପାଇଁ କଣ ସବୁ କାର୍ଯ୍ୟକ୍ରମ କରାଯାଉଛି ସେନେଇ ହଷ୍ପିଟାଲ କର୍ତ୍ତୁପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ଏହା ସହ ଚିକିତ୍ସାଳୟରେ ଅର୍ଥୋପେଡିକ୍ ସମେତ ବିଭିନ୍ନ ବିଭାଗର ଡାକ୍ତର ନଥିବାରୁ ଅତିଶୀଘ୍ର ଏଠାରେ ଡାକ୍ତରଙ୍କୁ ନିଯୁକ୍ତି କରାଯିବା ନେଇ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ବେଳେ ଜିଲ୍ଲା ନଗର ଉନ୍ନୟନ ପ୍ରକଳ୍ପ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ନୀଳମାଧବ ଭୋଇ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଉମାଶଙ୍କର ମିଶ୍ର, ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ସୁପରିଟେଣ୍ଡେଣ୍ଟ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ଗୌଡ, ଡିପିଏମ ଶ୍ୟାମ ସୁନ୍ଦର ତ୍ରିପାଠୀ, ହଷ୍ପିଟାଲ ପରିଚାଳକ ସନ୍ତୋଷ କୁମାର ପଣ୍ଡାଙ୍କ ସମେତ ହଷ୍ପିଟାଲର ବହୁ ଡାକ୍ତର ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ