ଧର୍ମପରାୟଣ ପୂର୍ଣଚନ୍ଦ୍ର ଗିରିଙ୍କ ଦେହାନ୍ତରେ ହାଟବାଦଡାରେ ଶୋକରେ ଛାୟା

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର କୁସୁମି ବ୍ଳକର ହାଟବାଦଡା ପଞ୍ଚାୟତର ହାଟବାଦଡା ଗ୍ରାମର ବିଶିଷ୍ଟ ଧର୍ମପରାୟଣ ବ୍ୟକ୍ତି ପୁର୍ଣଚନ୍ଦ୍ର ଗିରି(୯୦) ଙ୍କ ତାଙ୍କ ନିଜ ବାସ ଭଵନରେ ଶନିବାର ଦିନ ରାତିରେ ଦେହାନ୍ତ ହୋଇଯାଇଛି । ତାଙ୍କ ମୃତ୍ୟୁ ସମୟରେ ତାଙ୍କ ପାଖରେ ତାଙ୍କର ୩ ପୁତ୍ର ହିରୋ ଗିରି,ପାର୍ଥ ସାରଥି ଏବଂ ସତ୍ୟବାନ୍ ଉପସ୍ଥିତ ଥିଲେ । ସେ ଜଣେ ଧର୍ମପରାୟଣ,ମିଷ୍ଟଭାଷୀ,ଅମାୟିକ,ଭଦ୍ର‌ବ୍ଯକ୍ତି, ପରୋପକାରୀ ,ସମାଜସେବୀ ବ୍ୟକ୍ତି ଥିଲେ ।ବହୁ ଧାର୍ମିକ , ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ ।ତାଙ୍କ ମୃତ୍ୟୁରେ ହାଟବାଦଡା ସମେତ ଆଖପାଖ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।ଖବର ପାଇ ଆଖପାଖ ଅଂଚଳରୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସ ଭବନକୁ ଆସି ଶେଷ ଦର୍ଶନ ସହ ଭଗବାନଙ୍କ ପାଖରେ ତାଙ୍କର ଅମର ଆତ୍ମାର ସ୍ଥିତି ନିମନ୍ତେ ପ୍ରାର୍ଥନା କରିବା ସହ ପୁଷ୍ପ ଦେଇ ଗଭିର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ