ହାଟଡିହି ବ୍ଲକରେ ମନରେଗା ଦୁନ୍ନୀତି
ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ମନରେଗା ଦୁନ୍ନୀତିର ପଛ ଛାଡୁନି । ପୁର୍ବରୁ ଅଧିକାଶଂ ପଞ୍ଚାୟତରେ ମନରେଗା ଯୋଜନାରେ ଦୁର୍ନ୍ନୀତି ହୋଇଥିବା ନେଇ ସ୍ୱତନ୍ତ୍ର ଅଡିଟ ରିପୋର୍ଟ ପ୍ରକାଶ ପାଇବାପରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଲାଗି ରହିଥିଲା । ଏପରିକି ନିୟମିତ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରିଥିଲା । ଏପରିକି ଏନେଇ ଲୋକାୟୁକ୍ତରେ ମାମଲା ବିଚରାଧିନ ଥିବାବେଳେ ବ୍ଲକର ପୁର୍ବତନ ବିଡିଓ, ଯନ୍ତ୍ରୀ, ପିଇଓ, ଜିଆରଏସ ମାନେ କୋର୍ଟରେ ହାଜର ହୋଇ ସମୟ ନେଇଥିବାବେଳେ ଏବେ ପୁଣି ଏକ ଦୁନ୍ନୀତିର ଅଭିଯୋଗ ଆସିଛି । ଏହି ବ୍ଲକର ଅଁରା ପଞ୍ଚାୟତର ବେଲବନ୍ଧ ଗ୍ରାମର ବାବାଜି ବେହେରାଙ୍କ ନାମରେ ଏକ ଜମି ଉନ୍ନତିକରଣ କାର୍ଯ୍ୟାଦେଶ ବାହାରି ଥିଲା । ଯାହାରକି କୋର୍ଡ ନମ୍ବର ହେଉଛି ୨୪୦୩୦୦୯୦୩୧ଆଇଏଫ/୧୦୮୪୫୧୭୬ । ଗତ୨୦୨୧/୨୨ ଆର୍ଥିକ ବର୍ଷରେ ଏହି ପ୍ରକଳ୍ପ ଖୋଲାଯାଇ ଅଧା ଅନୁଦାନ ପ୍ରଦାନ କରାଯାଇଥିଲା । ଏବେ ଏହି ପ୍ରକଳ୍ପର କାର୍ଯ୍ୟ ଚାଲିଥିବା ଦର୍ଶାଯାଇ ଗତକାଲି ପୁନର୍ବାର ୭ଦିନର ଜବକାର୍ଡ ଏଣ୍ଟ୍ରି କରାଯାଇ ଲେବର ଡିମାଣ୍ଡ ପକାଯାଇଛି । କିନ୍ତୁ ଗ୍ରାମବାସୀଙ୍କ କହିବାନୁଯାଇ ବାସ୍ତବରେ ବାବାଜି ବେହେରା ନାମରେ କେହି ଲୋକ ବେଲବନ୍ଧ ଗ୍ରାମରେ ନାହାନ୍ତି । ଯଦି ଏପରି ଲୋକ ନାହାନ୍ତି ତେବେ କପରି କାର୍ଯ୍ୟାଦେଶ ବହାହାରିଲା, ଓ କାମ ପୁଣି କିଏ କଲା ଓ ଟଙ୍କା କିଏ ନେଲା ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ସମ୍ପର୍କରେ ସଂପୃକ୍ତ ପଞ୍ଚାୟତର ଜିଆରଏସ ମାନସ ଲେଙ୍କାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ବାବାଜି ନାୟକ କୁ ଭୁଲକ୍ରମେ ବାବାଜି ବେହେରା ହୋଇ ଯାଇଛି ବୋଲି କହିଥିଲେ । ଏ ସମ୍ପର୍କରେ ପୁନର୍ବାର କିଛି ଗ୍ରାମବାସୀଙ୍କୁ ପଚାରିବାରେ ଆମ ଗାଁରେ ବାବାଜି ନାୟକ ମଧ୍ୟ କେହି ନାହାନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ତେଣୁ ଭୁତ ନାମରେ ଜମି ଉନ୍ନତିକରଣ ପ୍ରକଳ୍ପ କରାଯାଇ ଅନୁଦାନ ହଡପ କରାଯାିଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଖାଲି ଏହି ଗୋଟିଏ କାମ ନୁହଁ ଏହି ପଞ୍ଚାୟତରେ ଏପରି ଅନେକ ଲୋକଙ୍କ ନାମରେ ମିଥ୍ୟା କାର୍ଯ୍ୟାଦେଶ ଦିଆଯାଇ ଅନେକ ଅନୁଦାନକୁ ହଡପ କରାଯାଇଛି ବୋଲି ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି । ଗତ ୫ବର୍ଷର ସମସ୍ତ କାର୍ଯ୍ୟକୁ ତଦନ୍ତ କରାଗଲେ ଏହି ପଞ୍ଚାୟତରେ ହୋଇଥିବା ସମସ୍ତ ଦୁନ୍ନୀତିର ପର୍ଦ୍ଦାଫାସ ହୋଇପାରିବ ବୋଲି ଗ୍ରାମବାସୀମାନେ କହିଛନ୍ତି ।