ସଶକ୍ତି ପଞ୍ଚାୟତରାଜ , ସଶକ୍ତ ଓଡିଶା ପାଇଁ ୱାର୍ଡ ସଭ୍ୟ ମାନଙ୍କ ପ୍ରଶିକ୍ଷଣ ଶିବିର
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଲକ ରେ ସଶକ୍ତି ପଞ୍ଚାୟତରାଜ , ସଶକ୍ତ ଓଡିଶା ପାଇଁ ୱାର୍ଡ ସଭ୍ୟ ମାନଙ୍କ ପ୍ରଶିକ୍ଷଣ ଶିବିର କୁ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ କୁମାର ଶତପଥୀ ଉଦଘାଟନ କରିଥିଲେ l ଶ୍ରୀ ଶତପଥୀ ପଞ୍ଚାୟତ ରାଜ ରେ ୱାର୍ଡ ସଭ୍ୟ ମାନଙ୍କ ଭୂମିକାର ଗୁରୁମନ୍ତ୍ର ପ୍ରଦାନ କରିଥିଲେ l କମ୍ପଭାଇ ଭୋକେସନାଲ ଟ୍ରେନିଂ ଇଷ୍ଟିଚ୍ୟୁଟ ଲିମିଟେଡ଼ ଙ୍କ ଦ୍ୱାରା ବେଲଗୁଣ୍ଠା ସାଇ ଆଇଟିଆଇ ଠାରେ ଆୟୋଜନ କରାଯାଇଥିଲା l ଦ୍ୱିତୀୟ ପର୍ଯ୍ୟାୟରେ ବେଲଗୁଣ୍ଠା ବ୍ଲକ ଅଧକ୍ଷ ପ୍ରଶାନ୍ତ କୁମାର ନାୟକ, ଅବୈତନିକ ବଣ୍ୟପାଣି ତ୍ୱତବଧାରକ ଶୁଳପାଣି ଶତପଥୀ,ଗଞ୍ଜାମ ଜିଲ୍ଲାପରିଷଦ ତ୍ୱତବଧାରକ ରୂପେ ନବ କୁମାର ବିଶୋଇ ଅତିଥି ଯୋଗ ଦେଇ ଜନସାଧାରଣ ପାଖରେ ସରକାରୀ ଯୋଜନା ପହଞ୍ଚାଇବାରେ ୱାର୍ଡ ସଭ୍ୟ ଭୂମିକା ଗୁରୁତ୍ୱ ପୂର୍ଣ୍ଣ ବୋଲି ଅବଗତ କରାଇଥିଲେ l ଅନୁଷ୍ଠାନ ର ସମ୍ପାଦକ ଭିକାରୀ ସାହୁ ସଂଯୋଜନା କରିଥିବାବେଳେ ଟ୍ରାନର ରୂପେ ବନମାଳୀ ପ୍ରଧାନ, ମନୋଜ ସ୍ୱାଇଁ ଯୋଗଦେଇଥିଲେ l


