ଘୁମୁସର ଶାକାହାରୀ ରଂଗଣୀ ସମାଜର ନୂତନ କର୍ମକର୍ତ୍ତା
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ଉଡୁରା ଠାରେ ଘୁମୁସର ଶାକାହାରୀ ରଂଗଣୀ ସମାଜର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ସଭାପତି ଅରଵିନ୍ଦ ସାହୁ ଉଦଘାଟକ ଭାବେ ଯୋଗଦେଇ ଥିବା ବେଳେ ମୂଖ୍ଯ ଅତିଥି ଭାବେ ସଂପାଦକ ଶ୍ରୀହରିହର ସାହୁ , ଉପ ସଭାପତି କଵିରାଜ ସାହୁ ମୂଖ୍ଯ ଵକ୍ତା ଭାଵେ ଯୋଗଦେଇ ଥିଲେ l ମହାନଦୀ ଦୁଇକୂଳ ୩୫୦ଘର ସଭାପତି ଯଞେଶ୍ବର ବେହରା ଶ୍ରୀନିବାସ ସାହୁ ପାଟପଇତା ୩୦୦ଘର ନୟାଗଡ ସଭାପତି ଡମ୍ବୁରୁଧରଦାସ ଓ ସଂପାଦକ ବନ୍ଧୁମିଳନ, ସାମାଜିକ ରୀତି ନୀତି ପରମ୍ପରୀ ଓ ସମ୍ବିଧାନ ବିଷୟରେ ଆଲୋଚନା କରିଥିଲେ,ଏ ଅବସରରେ କୃତି ଛାତ୍ର ଛାତ୍ରୀ ଓ ଶିଷୁ କଳାକାର ମାନଂକ୍ନୁ ପୁରସ୍ତୁତ କରା ଯାଇଥିଲା ଦ୍ବିତୀୟ ଦିବସରେ ଅନୁଷ୍ଠିତ କର୍ମକର୍ତ୍ତାରେ ଯୋଗୀନ୍ଦ୍ର ସାହୁ ସଭାପତି (ଛାମୁଣ୍ଡା) ପ୍ରମୋଦ କୁମାର ସାହୁ ଉପ ସଭାପତି (କୁଲାଡ) ବିଜୟ କୁମାର ସାହୁ ସାଧାରଣ ସଂପାଦକ (ଖୋଳଖାଳି, ଵୁଗୁଡା) ଯୁଧିଷ୍ଠିର ସାହୁ କାର୍ଯକାରୀ ସଭାପତି(ଗୋଲିଆ) ସୁଶୀଲ କୁମାର ସାହୁ କାର୍ଯକାରୀ ସଭାପତି(ଗାଂଗପୁର) ମନୋଜ କୁମାର ସାହୁ ସହ ସଂପାଦକ(ସୋରଡ)ରାମଚଂଦ୍ର ସାହୁ କୋଷାଧ୍ୟକ୍ଷ (ଗାଂଗପୁର) ଜୟନ୍ତୀ କୁମାରୀ ସାହୁ କମିଟି ସଭ୍ଯ(ର, ପାଟଣା) ସବିତା ସାହୁ କମିଟି ସଭ୍ଯ(ଉଡୁରା ଭଗବାନ ସାହୁ କମିଟି ସଭ୍ଯ (ମକର ପଦା) ଦୀନବନ୍ଧୁ ସାହୁ କମିଟି ସଭ୍ଯ (ସୋରଡ) ଭଗବାନ ସାହୁ କୁଳ ପାଇକ(ର, ପାଟଣା) ମନୋନୀତ ହେବା ପରେ ସମସ୍ତ କର୍ମକର୍ତାଙ୍କୁ ଵରିଷ୍ଠ ସଭ୍ଯ ସୀତାରାମ ସାହୁ ଶପଥ ପାଠ କରାଇଥିଲେ l


