ଗଜପତିରେ ପୋଲିସ ପ୍ରତିଷ୍ଠା ଦିବସ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଜି ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ଗଜପତି ଜିଲ୍ଲା ପୋଲିସ ବାହିନୀ ଦ୍ୱାରା ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି. ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଷ୍ଟାଡିଏମରେ ପୋଲିସ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା. ଏହି କାର୍ଯ୍ୟକ୍ରମରେ ଗଜପତି ଏସପି ସ୍ୱାତୀ. ଏସ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନିକ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ ସମସ୍ତ ବର୍ଗର ଲୋକଙ୍କ ଠାରେ ପୋଲିସ ସେବା ପହଞ୍ଚାଇଵା ସହ ସମାଜରେ ଶାନ୍ତି ପ୍ରତିଷ୍ଠା କରିବା ପ୍ରତେକ ପୋଲିସଙ୍କର ମୁଖ୍ୟ କାର୍ଯ୍ୟ ହେଉ ବୋଲି ଏସପି ଆୱାନ ଦେଇଥିଲେ.ପରିଶେଷରେ ଉତ୍ତମ ସେବା ଯୋଗାଇ ଥିବା ପୋଲିସକୁ ପୁରସ୍କାର ପ୍ରଦାନ କରିବା ସହ ସମ୍ମାନିତ କରାଯାଇଥିଲା.


