ଗଜପତିରେ ୮୮ ତମ ଓଡିଶା ଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ୮୮ ତମ ଓଡିଶା ଦିବସ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି. ଆଜି ଭୋର ୫ ଘଣ୍ଟା ସମୟରେ ଡାକବାଜି ଯନ୍ତ୍ର ଦ୍ୱାରା ବନ୍ଦେ ଉତ୍କଳ ଜନନୀ ପରିବେଷଣ କରାଯାଇଥିଲା. ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଜିଲ୍ଲା ପରିଷଦ ଅଧକ୍ଷ ଜି. ତିରୁପତି ରାଓ, ପାରଳା ରାଜ କୁମାରୀ କଲ୍ୟାଣୀ ଦେବୀ, ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅର୍ଚ୍ଚନା ମଙ୍ଗରାଜ, ଏଡିଏମ ସଂଗ୍ରାମ ଶେଖର ପଣ୍ଡା, ପାରଳା ପୌର ପରିଷଦ ଅଧକ୍ଷା ନିର୍ମଳା ସେଠୀ ପ୍ରମୁଖ ସକାଳ ୭ ଘଣ୍ଟା ସମୟରେ ନବ ଉତ୍କଳ ନିର୍ମାଣର ପ୍ରମୁଖ କର୍ଣଧର ପାରଳା ମହାରାଜାଙ୍କ ପ୍ରତିମୂର୍ତ୍ତି ଓ ସ୍ମୃତି ସୌଧରେ ପୁଷ୍ପମାଲ୍ୟ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା. ପରେ ମାଧ୍ୟାନ୍ହରେ ସ୍ଥାନୀୟ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ ୮୮ ତମ ଜିଲ୍ଲାସ୍ତରୀୟ ଓଡିଶା ଦିବସ ସମାରୋହ ଅନୁଷ୍ଠିତ ହୋଇଥିଲା. ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ଜିଲ୍ଲା ପରିଷଦ ଅଧକ୍ଷ ଜି. ତିରୁପତି ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୂର୍ବତନ କୂଳପତି ଡ଼. ମନ୍ମଥ ପାଢୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସ୍ୱତନ୍ତ୍ର ଓଡିଶା ଗଠନରେ ପାରଳା ମହାରାଜଙ୍କ ଅବଦାନ ଅତୁଳନୀୟ ବୋଲି ପ୍ରକାଶ କରି ତାଙ୍କର ଆଦସ୍ୟରେ ପ୍ରତେକ ବ୍ୟକ୍ତି ନିଜ ନିଜକୁ ସାମିଲ କରି ସମାଜର ସେବା କରନ୍ତୁ ବୋଲି ଆୱାନ ଦେଇଥିଲେ. ସାନମାନିତା ଅତିଥି ଭାବେ ମରିୟମ ରଇତ ଅଧକ୍ଷ ଗଜପତି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ଅଧକ୍ଷ, ଏଡିଏମ ସଂଗ୍ରାମ ଶେଖର ପଣ୍ଡା, ପାରଳା ପୌରାଧକ୍ଷା ନିର୍ମଳା ସେଠୀ ପ୍ରମୁଖ ଯୋଗ ଦେଇ ପାରଳା ମହାରାଜାଙ୍କ ସ୍ମୃତି ଚାରଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ