୧୨୭ ସିଆରପିଏଫ ବାଟାଲିୟନର ୩୩ ତମ ପ୍ରତିଷ୍ଠା ଦିବସ ପାଳିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ସଭାଗୃହ ଠାରେ ୧୨୭ ସିଆରପିଏଫ ବାଟାଲିୟନର ୩୩ ତମ ବାର୍ଷିକ ଉତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି l ଏହି ଅବସରରେ କମାଡେଣ୍ଟ ଆନନ୍ଦ ଝା ଙ୍କ ଦ୍ୱାରା କ୍ୱାର୍ଟର ଗାର୍ଡରେ ଅଭିବାଦନ ଗ୍ରହଣ ପରେ ସହିଦ ଜବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା |ପରେ ପରେ ଏକ ସୈନିକ ସମ୍ମିଳନୀ ଆୟୋଜନ କରାଯାଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ୧୨୭ ବାଟାଲିୟନର କମାଡେଣ୍ଟ ଆନନ୍ଦ ଝା ଯୋଗ ଦେଇ ଥିବା ବେଳେ ମାଉଲି ମୋହନ କୁମାର, ଦ୍ୱିତୀୟ କମାଣ୍ଡିଂ ଅଫିସର ତଥା ବାଟାଲିୟନର ଅନ୍ୟ ଅଧିକାରୀ, ଅଧୀନସ୍ଥ ଅଧିକାରୀ, ଅନ୍ୟ ସୈନିକ ତଥା ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏନେଇ ସନ୍ଧ୍ୟାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଏଥିରେ ୧୨୭ ବାଟାଲିୟନର କର୍ମଚାରୀ ଏବଂ ଫୁଲବାଣୀର ନେହେରୁ ଯୁବ କେନ୍ଦ୍ର, ବାଲିଗୁଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଛାତ୍ରୀ ଭାଗ ନେଇଥିଲେ l ଏହି ସନ୍ଧ୍ୟା କାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି କମାଡେଣ୍ଟ ଶ୍ରୀ ଝା ଏବଂ ସ୍ଥାନୀୟ ଏସଡିପିଓ ରୋହିତ ବର୍ମା ମଧ୍ୟ ଉପସ୍ଥିତ ରହି କୃତି ଶିଶୁ କଳାକାର ମାନଙ୍କୁ ଉତ୍ସାହିତ କରିବା ପାଇଁ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା | ସୂଚନାଯୋଗ୍ୟ ଯେ ଏହି ବାଟାଲିୟନ ୨୦୦୭ ମସିହା ଜୁଲାଇ ମାସ ୧୬ ତାରିଖ ପରଠାରୁ ଓଡିଶାରେ ନିଜର କାର୍ଯ୍ୟକ୍ରମ ଜାରୀ ରଖିଥିବା ବେଳେ ୨୦୧୫ ମସିହା ପରଠାରୁ ଓଡିଶାର କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ନକ୍ସଲ ବିରୋଧୀ କାର୍ଯ୍ୟ ପାଇଁ ଅହରହ କାର୍ଯ୍ୟ କରୁଛି। ଏହି କାର୍ଯ୍ୟକ୍ରମ ସ୍ଥାନୀୟ ବାଟାଲିୟନ,ପୋଲିସ ଏବଂ ସାଧାରଣ ଜନତାଙ୍କ ସହଯୋଗରେ କରାଯାଇଥିବା ବେଳେ ମାଓବାଦୀ ବିରୋଧୀ କାର୍ଯ୍ୟ ଏହି ଅଞ୍ଚଳ ରେ ଶାନ୍ତି ଏବଂ ଶୃଙ୍ଖଳା ବଜାୟ ରଖିବାରେ ଅନେକ ସାହାଯ୍ୟ କରିପାରିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ