ବଡରମ୍ପାସରେ ସମବାୟ ବ୍ୟାଙ୍କସେବା ଓ ଋଣ କର୍ମଶାଳା ଅନୁଷ୍ଠିତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବଡରମ୍ପାସ ସମବାୟ ସମିତି ପକ୍ଷରୁ ସମବାୟ ବ୍ୟାଙ୍କସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସମିତିର ସମ୍ପାଦକ ଦେବାଶିଷ ଧଳଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ସମ୍ବାନୀତ ଅତିଥି ଭାବେ ପୁର୍ବତନ ଜିଲ୍ଲାପରିଷଦ ସୁରେନ୍ଦ୍ର କୁମାର ଜେନା, ଆନନ୍ଦପୁର ସହକାରୀ ସମବାୟ ଉପନିବନ୍ଧକ ଅଜୟ କୁମାର ସେଠୀ, ସମିତିର ସଭାପତି ନିରଞ୍ଜନ ସାହୁ, ବଡରମ୍ପାସ ସରପଞ୍ଚ ରବିନ୍ଦ୍ର କୁମାର ଜେନା, ଇଞ୍ଚୋଳ ପଞ୍ଚାୟତର ସରପଞ୍‌ଚଙ୍କ ପ୍ରତିନିଧି ବିଜୟ କୁମାର ମହାପାତ୍ର, ଓରାଳି ସରପଞ୍ଚ ହରିଶ୍ଚନ୍ଦ୍ର ଜେନା, ସମିତିସଭ୍ୟ ବାବନ ସେଠୀ ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ, ସହକାରୀ କୃଷି କର୍ମଚାରୀ ପ୍ରମୁଖ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଚାଷୀ ମାନଙ୍କ ପାଇଁ କରାଯାଇଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ସମବାୟ ସମିତି ମାଧ୍ୟମରେ ଚାଷୀମାନେ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣନେଇ ଚାଷକରିବା ସହିତ କେବଳ ଧାନଚାଷ ଉପରେ ଭରଷା ନକରି ପଶୁପାଳନ, କୁକୁଡାଚାଷ, ମାଛଚାଷ ଆଦି ଲାଭଜନକ ଚାଷ କରିବାକୁ ଆହ୍ୱାନ ଦେଇଥିଲେ । ଏଥିରେ ସତ୍ୟଭୂଷଣ ସାହୁ, ମନ୍ମଥ ସ୍ୱାଇଁ, ସଞ୍ଜୟ ସାହୁ, କୃଷ୍ଣଚନ୍ଦ୍ର ଦାସ, ଶେଷଦେବ ସାହୁ, ସନେ୍‌ତାଷ ଜେନା, ଅରବିନ୍ଦ ଜେନା, ଅନୁପମା ଧଳ, ହେମନ୍ତ ସାମଲ, କାଳନ୍ଦୀ ସାହୁ ପ୍ରମୁଖ ନିର୍ଦ୍ଦେଶକଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ । ନାରାୟଣ ଚନ୍ଦ୍ର ବେହେରା ମଞ୍ଚ ସଂଯୋଜନା କରିଥିବାବେଳେ ଶ୍ରୀଧର ସାହୁ, ପାର୍ଥ ସୌଭ ସା, ସମିତିର କର୍ମଚାରୀ ମନୋରଞ୍ଜନ ସାହୁ, ଦିଲ୍ଲିପ ସ୍ୱାଇଁ, ବିଦ୍ୟାଧର ନାହାକ, ପ୍ରଫୁଲ ଜେନା, ମଦନ ମୋହନ ଜେନା, ଅନନ୍ତ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ