ଅକରୁଆ ସ୍କୁଲର ଶିକ୍ଷକ ରାମଚନ୍ଦ୍ର ଦୋରାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଅକରୁଆ ସ୍ଥିତ ବ୍ରାହ୍ମଣୀଦେବୀ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରାମଚନ୍ଦ୍ର ଦୋରାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସମାଜସେବୀ ପଦ୍ମନାଭ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧନେଶ୍ୱର କଣ୍ଡେଇ, ମୁକ୍ୟ ବକ୍ତା ଭାବେ ଆନନ୍ଦପୁର କଲେଜର ପୁର୍ବତନ ଅଧକ୍ଷ ରମାକାନ୍ତ ନାୟକ, ସମ୍ମାନୀତ ଅତିଥି ଭାବେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେଶ ଚନ୍ଦ୍ର ଜେନା, ସ୍ନେହଲତା ମହାରଣା, ବ୍ୟଙ୍ଗକବି ସୁବାସ ଚନ୍ଦ୍ର ପାତ୍ର, ଜିଲ୍ଲାପରିଷଦ କୌଶଲ୍ୟା ସେଠୀ, ଅକରୁଆ ପଞ୍ଚାୟତର ସରପଞ୍ଚ ହେମଳତା ବେହେରା, ସିଆସିସି ନିହାର ରଞ୍ଜନ ସ୍ୱାଇଁ, ଏସ.ଏମ.ସି. ଅଧ୍ୟକ୍ଷ ଅଭିନ୍ନ ଖଟୁଆ, ପ୍ରଧାନ ଶିକ୍ଷକ ଅଭିମନ୍ୟୁ ସାହୁ ପ୍ରମୁଖ ଯୋଗଦେଇ ଅବସର ନେଉଥବବା ଶିକ୍ଷକ ରାମଚନ୍ଦ୍ର ଦୋରାଙ୍କ କର୍ମମୟ ଜୀବନୀ ୁପରେ ଆଲୋକପାତ କରିବା ସହିତ ସେ ଜଣେ କର୍ତ୍ତବ୍ୟନିଷ୍ଠ, ସମୟାନୁବର୍ତ୍ତି, ଛାତ୍ର ବତ୍ସଳ ଶିକ୍ଷକ ଭାବେ ପରିଚିତ ଥିଲେ ବୋଲି ଅଭିହିତ କରିଥିଲେ । ଏହି ଅବସରରେ ତାଙ୍କୁ ବିଦ୍ୟାଳୟ, ଗ୍ରାମବାସୀ, ପୁରାତନ ଛାତ୍ରଛାତ୍ରୀ ଓ ସହକର୍ମୀଙ୍କ ପକ୍ଷରୁ ଉପଢ଼ୌକନ ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ବିଶେଷତଃ ସେ ଏହି ବିଦ୍ୟାଳୟରେ ୭ବର୍ଷ ଧରି ଶିକ୍ଷକତା କରି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ପ୍ରୀୟପାତ୍ର ହୋଇପାରିଥିଲେ । ଯେଉଁଥିପ।।ଇଁ କି ଆଜି ଶହଶହ ଗ୍ରାମବାସୀ ଓ ପୁରାତନ ଛାତ୍ରଚାତ୍ରୀ ଏହି ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ଏକ ଭାବ ବିହ୍ୱଳ ପରିବେଶ ସୃଷ୍ଟି କରିଥିଲେ । ପ୍ରାରମ୍ଭରେ ଶତାଧିକ ଗ୍ରାମବାସୀ ଓ ପରାତନ ଛାତ୍ରଚାତ୍ରୀ ଶିକ୍ଷକ ରାମଚନ୍ଦ୍ର ଦୋରାଙ୍କ ଫକିରପୁର ବାସଭବନକୁ ଯାଇ ତାଙ୍କୁ ଏକ ପଟୁଆରରେ ସ୍କୁଲ ନିକଟକୁ ପାଛୋଟି ଆଣିଥିଲେ । ଶିକ୍ଷକ ପ୍ରଫୁଲ କୁମାର ଜେନା, ପୁର୍ବତନ ସମିତିସଭ୍ୟ ମନୋଜ କୁମାର ଜେନା, ଚତୁର୍ଭୁଜ ସ୍ୱାଇଁଙ୍କ ସମେତ ଆଖପାଖ ଅଞ୍ଚଳର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗଦେଇଥିବାବେଳେ ଶିକ୍ଷୟତ୍ରୀ ସରସ୍ୱତୀ ଜେନା ମାନପତ୍ର ପଠନ କରିଥିଲେ । ପ୍ରଧାନ ଶିକ୍ଷକ ଅଭିମନ୍ୟୁ ସାହୁ ଧନ୍ୟବାଦ ଅର୍ପଣ କରିଥିବାବେଳେ ଅମ୍ଳାନ ଜେନା ମଞ୍ଚ ସଂଯୋଜନା କରିଥିଲେ । ବିଶ୍ୱମ୍ବର ସାହୁ, ଅନୀତା ରାଉତ, ମନୋଲୀସା ଦାସ, ଓମ ଶାନ୍ତୀ ଜେନା, ଅନାମ ଚରଣ ସାମଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


