ଛଉ ନୃତ୍ୟ ଦେଖି ଦର୍ଶକ ବିମୋହିତ

ନିମାପଡା, (ସନ୍ତୋଷ ଦାଶ):ନିମାପଡା ପ୍ରେସ କ୍ଲବ ଦ୍ବାରା ଆୟୋଜିତ ବସନ୍ତର ପର୍ବ ଆମ ଚଇତାଳିର ଦ୍ୱିତୀୟ ସନ୍ଧ୍ୟାରେ ମୟୁରଭଞ୍ଜର ଛଉ ନୃତ୍ୟ ଅତ୍ୟନ୍ତ ଆକର୍ଷଣୀୟ ଓ ମନ ମୁଗ୍ଧକର ହୋଇଥିଲା।ଗୋକୁଳ ଚନ୍ଦ୍ର ଛଉ ନୃତ୍ୟ ପ୍ରତିଷ୍ଠାନ ମୟୁରଭଞ୍ଜର ଗୁରୁ ପ୍ରଦ୍ୟୁମ୍ନ କୁମାର ମହାନ୍ତ ଏବଂ ସାଥି କଳାକାର ମାନଙ୍କର ନୃତ୍ୟ ପରିବେଷଣ ଦର୍ଶକଙ୍କୁ ଅତ୍ୟନ୍ତ ବିମୋହିତ କରିଥିଲା।ନିମାପଡା ମୁକ୍ତାକାଶ ମଞ୍ଚରେ ଏକ ବର୍ଣାଢ୍ୟ ପରିବେଶରେ ଦ୍ୱିତୀୟ ସନ୍ଧ୍ୟାର ଅତିଥି ଥିଲେ ଜିଲ୍ଲା ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ବଳଙ୍ଗା ଥାନା ଭାରପ୍ରାପ୍ତ ଅଧିକାରୀ ରଶ୍ମୀରଂଜନ ପୃଷ୍ଟି,ଆଥଲେଟିକ ଆସୋସିଏସନ୍ ସମ୍ପାଦକ ଜିବନାନନ୍ଦ ମହାପାତ୍ର, କସ୍ତୁରୀବାଳା ସ୍ୱାଇଁ,ବାମନାଳ ସରପଞ୍ଚ ସୁରେନ୍ଦ୍ର ସ୍ବାଇଁ ଓ ସଲଙ୍ଗ ସରପଞ୍ଚ ସୁମନ୍ତ ଭୋଇ।ନର୍ଥନାଞ୍ଜଳି ଡ୍ୟାନ୍ସ ଏକାଡେମୀ, କଲିକତାର ଗୁରୁ ସଂଜୀବ ସମାଦାର ଏବଂ ଗ୍ରୁପର ଭାରତନାଟ୍ୟମ୍ ନୃତ୍ୟ ବେଶ୍ ଲୋକାଦୃତ ହୋଇଥିଲା।ପ୍ରେସକ୍ଲବ ସଭାପତି ରଞ୍ଜନ ପଟନାୟକ ଏବଂ ସମ୍ପାଦକ ରାଜକିଶୋର ଦାଶ ଏହି ଉତ୍ସବ କୁ ପରିଚାଳନା କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ