କବି ରମେଶ କୁମାର ସାହୁଙ୍କୁ ‘କବି ଭୂଷଣ’ ସମ୍ମାନ ପ୍ରଦାନ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ କଳିଗାଁ ଗ୍ରାମର ସୁନାମଧନ୍ୟ କବି ତଥା ଶିକ୍ଷାବିତ ରମେଶ କୁମାର ସାହୁଙ୍କୁ ଶ୍ରୀ ଜଗନ୍ନାଥ ପରିବାର ଚାରିଟେବୁଲ ଟ୍ରଷ୍ଟ ତରଫରୁ ‘କବି ଭୂଷଣ’ ସମ୍ମାନରେ ସମ୍ମାନୀତ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି । ଜଗତସିଂପୁର ପଞ୍ଚଶଖା ତପସ୍ୟା ପୀଠ (ଧ୍ୟାନକୁଦ) ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଜଗନ୍ନାଥ ପରିବାର ଚାରିଟେବୁଲ ଟ୍ରଷ୍ଟ ତରଫରୁ ସବିତାରାଣୀ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ କବି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ବାବା ଶ୍ରୀଶ୍ରୀ ଦିବାକର ଦାସ ମହାରାଜ, ମୁଖ୍ୟ ବକ୍ତାଭାବେ ବାବା ଶ୍ରୀଶ୍ରୀ ଅରକ୍ଷିତ ଦାସ ମହାରାଜ ପ୍ରମୁଖ ଯୋଗଦେଇ ହାଟଡିହି ବ୍ଲକ କଳିଗାଁ ଗ୍ରାମର ଶିକ୍ଷାବିତ ତଥା ସୁନାମଧନ୍ୟ କବି ରମେଶ କୁମାର ସାହୁଙ୍କୁ ମାନପତ୍ର, ଉପେଢ଼ୌକନ ପ୍ରଦାନ ପୁର୍ବକ ‘କବି ଭୂଷଣ’, ‘କବି ସୌରଭ’ ସମ୍ମାନ, ‘ଦିବ୍ୟ ସାରସ୍ୱତ’ ସମ୍ମାନରେ ସମ୍ବର୍ଦ୍ଧିତ କରିଥିଲେ । କବି ରମେଶ କୁମାର ସାହୁ କଳିଗାଁ ଗ୍ରାମର ଶିକ୍ଷକ ଶ୍ରୀଯୁକ୍ତ କାହ୍ନୁ ଚରଣ ସାହୁ ଓ ଶ୍ରୀମତୀ ନୟନ ମଞ୍ଜରୀ ସାହୁଙ୍କ ଜ୍ୟେଷ୍ଠପୁତ୍ର ଅଟନ୍ତି । ତାଙ୍କୁ ଏହି ସମ୍ବର୍ଦ୍ଧନା ମିଳିବାପରେ ଅଞ୍ଚଳର ଅନେକ ସାହିତି୍ୟକ, କବି ତଥା ପ୍ରଶଂସକ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ