ଶିକ୍ଷୟିତ୍ରୀଙ୍କ ବଦଳି ଆଦେଶ ପ୍ରତ୍ୟାହାର ପାଇଁ ଗ୍ରାମବାସୀଙ୍କ ଦାବି
ବାଲେଶ୍ୱର, (ସରୋଜ ପଣ୍ଡା):ସହର ଉପକଣ୍ଠ କଞ୍ôଚନିବାଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ବଦଳି ହୋଇଥିବା ସହକାରୀ ଶିକ୍ଷୟତ୍ରୀ ମାନସୀ ସେଠୀଙ୍କୁ ଫେରାଇ ଆଣଇବା ଦାବି କରିଛନ୍ତି ବିଦ୍ୟାଳୟ ପରିଚାଳନା କମିଟି କର୍ମକର୍ତ୍ତାଙ୍କ ସମେତ ସ୍ଥାନୀୟ ବାସିନ୍ଦା । ବିଦ୍ୟାଳୟର ଆଲୁମିନି ସଭାପତି ଜ୍ୟୋତିରାଣୀ ମାଝିୀ, ସାରଗାଁ ସରପଞ୍ଚ ସାବିତ୍ରୀ ଶତପଥୀ, ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଉମାକାନ୍ତ ମାଝୀଙ୍କ ସମେତ ଲିଲିମଣି ମାଝୀ, ଚଞ୍ଚଳା ମାଝୀ, ସବିତା ମାଝୀ, ନାରାୟଣ ମାଝୀ, ସରୋଜିନୀ ମାଝୀ, ଅହଲ୍ୟା ମାଝୀ, କମଲ ମାଝୀ, ଦମୟନ୍ତୀ ମାଝୀ ପ୍ରମୁଖ ସଦର ବ୍ଳକ ମିଳିତ ଜନଶୁଣାଶି ଶିବିରରେ ଜିଲାପାଳଙ୍କୁ ସାକ୍ଷାତ ସହ ଶିକ୍ଷୟତ୍ରୀଙ୍କ ବଦଳି ଆଦେଶ ରଦ୍ଦ ପାଇଁ ଦାବି କରିଛନ୍ତି । ସେମାନଙ୍କ ଆପତ୍ତି ଅନୁସାରେ ୨୦୦୭ ମସିହାରୁ ବିଦ୍ୟାଳୟରେ ୪ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ରହିଥିବା ବେଳେ ୨୦୦୮ ମସିହା ମେ ମାସରେ ନିଯୁକ୍ତି ପାଇଥିବା ଶିକ୍ଷୟତ୍ରୀ ମାନସୀ ସେଠୀଙ୍କୁ ଆକ୍ରୋଶ ମୂଳକ ଭାବେ ବଦଳି କରାଯାଇଛି । ଗୁଣାତ୍ମକ ଶିକ୍ଷାଦାନ ସାଙ୍ଗକୁ ବିଦ୍ୟାଳୟରେ ଶୈକ୍ଷିକ ପରିବେଶ ସୃଷ୍ଟିରେ ଶିକ୍ଷୟତ୍ରୀ ମାନସୀଙ୍କର ଯଥେଷ୍ଟ ଅବଦାନ ରହିଛି । ତାଙ୍କ ପୂର୍ବରୁ ଏହି ବିଦ୍ୟାଳୟରେ ଶିକ୍ଷକତା କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବଦଳି ନ କରି ମାନସୀ ସେଠୀଙ୍କୁ ଅନ୍ୟତ୍ର ପଠାଇବାର ଉଦ୍ଦେଶ୍ୟ କ’ଣ ହୋଇପାରେ ବୋଲି ଗ୍ରାମବାସୀମାନେ ପ୍ରଶ୍ନ କରିଛନ୍ତି । ମାନସୀ ସେଠୀଙ୍କ ବଦଳି ଆଦେଶ ପ୍ରତ୍ୟାହାର କରା ନଗଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଏ ନେଇ ସେମାନେ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି ।