ଆନ୍ତର୍ଜାତିୟ ଓଡ଼ିଆ ସ୍ବାଭିମାନ ପ୍ରତିଷ୍ଠାନର ରାଜ୍ଯ ମହାସଚିବ ମନୋନିତ
ବୁଗୁଡା, (ଅନିଲ କୁମାର ମହାରଣା):ନୂଆଦିଲ୍ଲୀ ଠାରେ ଆନ୍ତର୍ଜାତିକ ଓଡିଆ ସ୍ବାଭିମାନ ପ୍ରତିଷ୍ଠାନର ସଭାପତି ସୁଶାନ୍ତ କୁମାର ସାବତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ରେ କେନ୍ଦ୍ରୀୟ ସଦସ୍ଯମାନଙ୍କ ସୁପାରିଶ କ୍ରମେ ବିଶିଷ୍ଠ ସାହିତ୍ୟିକ, ସଂଗଠକ, କବି ତଥା ବରିଷ୍ଠ ଶିକ୍ଷାବିତ୍ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କୁ ଓଡିଶା ରାଜ୍ଯ ଶାଖାର ମହାସଚିବ ଭାବେ ମନୋନିତ କରା ଯାଇଛି। ନୂଆଦିଲ୍ଲୀ ସ୍ଥିତ କାର୍ଯାଳୟରେ ସଭାପତି ସୁଶାନ୍ତ କୁମାର ସାବତ କହିଛନ୍ତି ଯେ ଶ୍ରୀ ପାତ୍ର ବର୍ତ୍ତମାନ ପିଢିର ଜଣେ ଓଡ଼ିଆ ସ୍ବାଭିମାନି ବ୍ଯକ୍ତିତ୍ବ , ତାଙ୍କ ସହଯୋଗରେ ଓଡିଶାର ସଂଗଠନ ଦାୟିତ୍ଵ ସୁଦୃଢ଼ ହୋଇ ପାରିବ ବୋଲି ଆଶା କରାଯାଇଛି। ଆସନ୍ତା ଏପ୍ରିଲ ୧୬ ତାରିଖ ଭୁବନେଶ୍ୱର ସପ୍ତମ ଆନ୍ତର୍ଜାତିୟ ସମ୍ମିଳନୀର ସଫଳତା ପାଇଁ ଡକ୍ଟର ପାତ୍ରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ବୋଲି ସଭାପତି ଶ୍ରୀ ସାବତ ପ୍ରକାଶ କରିଛନ୍ତି।