ଆର ପାରିରେ ଅବସରପ୍ରାପ୍ତ ଶିକ୍ଷକ ସୁବାସ ଚନ୍ଦ୍ର ଜେନା ଅଞ୍ଚଳରେ ଶୋକର ଛାୟା
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗୋବରା ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ,ସାମ୍ବାଦିକ ତଥା ଯୁବ ସମାଜ ସେବୀ ଵିଭୁପାଦ ଜେନାଙ୍କ ପିତା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ଜେନାଙ୍କର ୭୨ ବର୍ଷ ବୟସରେ ଗୋଵରାସ୍ଥିତ ନିଜ ବାସ ଭଵନରେ ପରଲୋକ ଘଟିଛି । ସ୍ବର୍ଗତ ଜେନା ଜଣେ ସରଳ, ନିଷ୍କପଟ, ନିଷ୍ଠାପର, ଧର୍ମପରାୟଣ ତଥା କର୍ତ୍ତବ୍ୟ ପରାୟଣ ବ୍ୟକ୍ତି ହିସାବରେ ସମଗ୍ର ଵେଲଗୁଣ୍ଟା ଅଞ୍ଚଳରେ ବେଶ୍ ଜଣାଶୁଣା ଥିଲେ । ତାଙ୍କରି ମୃତ୍ୟୁ ଖବର ପ୍ରସାରିତ ହେବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ମୃତ୍ୟୁ ଖବର ପାଇ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ବେଲଗୁଣ୍ଠା ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ, ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ପ୍ରେସକ୍ଲବର ସମସ୍ତ ସଦସ୍ୟ, କ୍ଷତ୍ରିୟବରପୁର ସମିତିସଭ୍ୟ କୁଞ୍ଜବିହାରୀ ନାୟକ, ଶିକ୍ଷାବିତ୍ ରାମକୃଷ୍ଣ ପାତ୍ରଙ୍କ ସମେତ ବହୁ ରାଜନୈତିକ ବ୍ୟକ୍ତି ବିଶେଷ, ଶିକ୍ଷକ, ଶିକ୍ଷାବିତ୍ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି I ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ଵର୍ଗତ ଅନ୍ତିମ ଶୋଭାଯାତ୍ରାରେ ସାମିଲ୍ ହୋଇଥିବା ବେଳେ ସୁବାସ ଭାଇ ଅମର ରହେ ଶବ୍ଦରେ ଗୋବରା ଦାଣ୍ଡ ପ୍ରକମ୍ପିତ ହୋଇଥିଲା I ନିଜ ଗାଁ ସ୍ୱସାନରେ ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଛି । ମୃତୁ ବେଳକୁ ବଡ ପୁଅ ବିଭୁପାଦ ସ୍ତ୍ରୀ ପୂର୍ବତନ ସରପଞ୍ଚ ଗୋଲାପ ଜେନା ଉପସ୍ଥିତ ଥିବାବେଳେ ସାନପୁଅ ରାୟଗଡା ଦୁରସଞ୍ଚାର ବିଭାଗ ଦକ୍ଷିଣ ନିର୍ବାହୀ ଯନ୍ତ୍ରୀ ପ୍ରଭୁପାଦ ଜେନା ଆସି ତାଙ୍କ ସେସ ଦର୍ଶନ କରିଥିଲେ ।