ବ୍ଲକ ଅଧ୍ୟକ୍ଷାଙ୍କ ଦ୍ଵାରା ମାଗଣା ଚକ୍ଷୁ ଚିକିତ୍ସା ଶିବିର

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଗ୍ରାମର ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶୀ ଆଚାରୀଙ୍କ ବାସଭବନ ପରିସରରେ ଏପ୍ରିଲ ୫ ତାରିଖ ଦିନ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ପରାମର୍ଶ କ୍ରମେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଆଚାରୀ ଓ କେ.ନୀଳମାଧବ ଆଚାରୀଙ୍କ ନେତୃତ୍ବରେ ଏବଂ ସମରଝୋଳ ଶଙ୍କର ଚକ୍ଷୁ ହସପିଟାଲ ସହଯୋଗରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା। ୬୦ ଜଣ ରୋଗୀଙ୍କ ଚକ୍ଷୁ ପରୀକ୍ଷା ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୬ ଜଣ ପରଳ ଚିକିତ୍ସା ପାଇଁ ମନୋନୀତ ହୋଇଥିଲେ। ଏହି ୧୬ ଜଣଙ୍କ ଚକ୍ଷୁ ପରଳ ଅସ୍ତ୍ରୋପଚାର ଶଙ୍କର ଚକ୍ଷୁ ହସପିଟାଲରେ ମାଗଣାରେ ଅନୁଷ୍ଠିତ ହେବ। ଶଙ୍କର ଚକ୍ଷୁ ହସପିଟାଲର ଚିତ୍ରସେନ, ଦିଲ୍ଲୀପ, ଦୀପିକା, ଲକ୍ଷ୍ମୀପ୍ରିୟା, ଗାୟତ୍ରୀ, ରଘୁନାଥ ଚକ୍ଷୁ ପରୀକ୍ଷା କରିଥିବା ବେଳେ ସତ୍ୟନାରାୟଣ ଦାଶ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ