କୁର୍ମୀ ସମାଜ ସଭାପତି ମୁରଲୀଧର ନାୟକଙ୍କ ଦେହାନ୍ତ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ ବି.କରଡ଼ାବାଡ଼ି ଗ୍ରାମର ମୁରଲୀଧର ନାୟକଙ୍କ ଭୁବନେଶ୍ୱର କିମସ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଏପ୍ରିଲ ୫ ତାରିଖ ସକାଳେ ଦେହାନ୍ତ ହୋଇଯାଇଛି। ସ୍ବର୍ଗତ ମୁରଲୀଧର ନାୟକ ନିଖିଳ ଉତ୍କଳ କୁର୍ମୀ କ୍ଷେତ୍ରୀୟ ସଂସ୍ଥା, ଛାମୁଣ୍ଡା ଅଞ୍ଚଳର ବର୍ତ୍ତମାନ ସଭାପତି ଥିଲେ। ସେ ପ୍ରାୟ ୧୯ ବର୍ଷ ଧରି କୁର୍ମୀ କ୍ଷତ୍ରୀୟ ସମାଜର ସଭାପତି ଥିବାବେଳେ ବି.କରଡ଼ାବଡ଼ି ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ନିମ୍ନ ମାଧ୍ୟମିକ ଶିକ୍ଷକ ସଙ୍ଘର ବୁଗୁଡା ବ୍ଲକ ସଭାପତି ଓ ବି.କରଡ଼ାବାଡ଼ି ପଞ୍ଚାୟତର ସରପଞ୍ଚ ଥିଲେ। ସ୍ବର୍ଗତ ଶ୍ରୀ ନାୟକ ଜଣେ ଜନପ୍ରିୟ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ। ତାଙ୍କର ମୃତ୍ୟୁ ଖବର ଜଣା ପଡିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ତାଙ୍କର ମର ଶରୀର ଭୁବନେଶ୍ୱରରୁ ନିଜ ଗ୍ରାମକୁ ଅଣାଯାଇଥିଲା। ସ୍ବର୍ଗତ ଶ୍ରୀ ନାୟକଙ୍କ ଶେଷ ଦର୍ଶନ ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ବହୁ ଶିକ୍ଷକ ଓ ଅବସରପ୍ରାପ୍ତ ଶିକ୍ଷକ ଯୋଗ ଦେଇଥିଲେ। ନିଜ ଗ୍ରାମ ଶ୍ମଶାନରେ ଶବ ସଂସ୍କାର ହୋଇଥିବା ବେଳେ ପୁତ୍ର ମିତେନ୍ଦ୍ର ମୁଖାଗ୍ନି ଦେଇଥିଲେ।ମର ଶରୀର ନିକଟରେ ଦୁଇ ପୁତ୍ର,ବୋହୁ, ଚାରି ଝିଅ ଓ ତିନି ଜ୍ୱାଇଁ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ