ପାନୀୟ ଜଳ ଯୋଗାଣ ଲାଗି ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ବାହାଡାପଲ୍ଲୀ ଗ୍ରାମବାସୀ

ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ସୁବଳୟା ପଂଚାୟତର ବାହାଡାପଲ୍ଲୀ ଗ୍ରାମରେ ଆଜିକୁ ପ୍ରାୟ ୬ ବର୍ଷ ହେଲା ବସୁଧା ଜଳ ଯୋଗାଣରେ ପାଣି ଟାଙ୍କି ଅବସ୍ଥାପିତ କରାଯାଇଛି । କିନ୍ତୁ ତାହାର ସଦୁପଯୋଗୀ କରାନଯାଇ ପାନୀୟ ଜଳ ଯୋଗାଇ ଦିଆଯାଉନଥିବାରୁ ଜଳ ଟୋପାଏ ପାଇଁ ଗ୍ରାମବାସୀ ମାନେ ବହୁ ଦୂର ଦୂରାନ୍ତକୁ ଯାଉଛନ୍ତି । ଏନେଇ ସେମାନେ ଗଞ୍ଜାମ ବିଡିଓଙ୍କ ସମେତ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିବାରୁ ସେମାନେ ଆଜି ବାଧ୍ୟ ହୋଇ ଭାରତୀୟ ଜନତା ପାର୍ଟିର ଅନୁସୂଚିତ ଜାତି ମୋର୍ଚ୍ଚାର ଗଞ୍ଜାମ ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ରଙ୍କ ଉଦ୍ଦେଶ୍ୟ ରେ ଏକ ଲିଖିତ ଦାବି ପତ୍ର ପ୍ରଦାନ କରିଛନ୍ତି । ଏହା ସହ ଆଗାମୀ ୧୫ ଦିନ ମଧ୍ୟରେ ଏହାର ସମାଧାନ ନହେଲେ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ସେମାନେ ଉକ୍ତ ଦାବିପତ୍ର ରେ ଦର୍ଶାଇଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ସୁବଳୟା ଗ୍ରାମ ପଂଚାୟତର ସମିତିସଭ୍ୟା ମାମି ଦାସ, ରାମଗଡ ସରପଂଚ ପ୍ରତିନିଧି ବିକ୍ରମ ବେହେରା, ସିମାଂଚଳ ଦାସ, କୁମାରୀ ଦାସ, ଜ୍ୟୋସ୍ନା ଦାସ, ମିନତି ଦାସ, କବିତା ଦାସ, ରୁନୁ ଦାସଙ୍କ ସମେତ ବହୁ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ