ସମିତିସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ୍ ସେବା ଓ ଋଣ କର୍ମଶାଳା

ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ବ୍ଲକ ରାଜପୁର ପଚାଂୟତ ବାତ୍ୟାଆଶ୍ରୟସ୍ଥଳି ପରିସରରେ ସମିତିସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ୍ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ସମବାୟର ସଭାପତି ରାଜନ ଚୈାଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଅତିଥିଭାବେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା ଗୋପବନ୍ଧୁ ଦାଶ ଯୋଗଦେଇ ଉପସ୍ଥିତ କୃଷକ ମାନଙ୍କୁ ରାଜ୍ୟ ସରକାର କୃଷକ ମାନଙ୍କୁ କେଉଁସବୁସୁବିଧା ପ୍ରଦାନ କରୁଛନ୍ତି ସେ ସଂପର୍କରେ ଆଲୋକପାତ କରିଥିଲେ । ରାଜପୁର ସେବା ସମବାୟ ସମିତି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ଛତ୍ରପୁର ଉପଜିଲାପାଳ ପ୍ରସନ୍ନ କୁମାର ପାତ୍ର ଯୋଗଦେଇ ଚାଷୀଙ୍କୁ ୧ଲକ୍ଷ ପର୍ଯ୍ୟନ୍ତ ଫସଲ ଋଣ ଉପରେ ବିନା ସୁଧରେ ଦେଉଥିବା ବେଳେ ୧ ଲକ୍ଷ ରୁ ୩ ଲକ୍ଷ ଫସଲ ଋଣ ହାର ୨ ପ୍ରତିଶତ ବୋଲି କହିଥିଲେ । ସରକାରଙ୍କ ଏହି ଆଭିମୁଖ୍ୟକୁ ଜନସାଧାରଣଙ୍କ ନିକଟରେ ପହଚାଂଇବା ଏହି ସବୁ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଅଟେ । ଭାଗଚାଷୀମାନେ ବଳରାମ ଯୋଜାନରେ ଗୃପ ମାଧ୍ୟମରେ ଋଣ ନେଇପାରିବେ । ସାଧାରଣ କୃଷକ/ମହିଳାମାନେ ପ୍ରାଥମିକ କୃଷିଋଣ ସମବାୟ ସମିତିରୁ ସଭ୍ୟ ହେବା ସହରିହାତି ହାରରେ ଫସଲଋଣ ସାର ଓ ବିହନ ଓ ଅନ୍ୟାନ୍ୟ ଋଣ ଯଥା ମତ୍ସ୍ୟ,ଗୋପାଳନ,ଗ୍ରାମୀଣ ଶିଳ୍ପଆଦି କ୍ଷେତ୍ରରେ ଋଣ ପାଇପାରିବେ ବୋଲି ରମ୍ଭା ସମବାୟ ବ୍ୟାଙ୍କ ଶାଖା ପରିଚାଳକ ଏମ୍‌.ଜଗବନ୍ଧୁ ଦୋରା କହିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ବ୍ଲକ ଅଧକ୍ଷ୍ୟ ଶମିଷ୍ଠା ପ୍ରଧାନ, ୧୫ନଂ ଜୋନ ଜିଲାପରିଷଦ ସଭ୍ୟ ସନାତନ ବେହେରା, ବ୍ରହ୍ମପୁର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ଚନ୍ଦ୍ର ଶେଖର ନାୟକ, ରାଜପୁର ସରପଂଚ ରଞ୍ଜନ ପଲେଇ, ସମିତିସଭ୍ୟ ମଳୟ ଦାସ, ସମବାୟ ସମିତି ଉପଦେଷ୍ଠା ବଟକୃଷ୍ଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ବହୁ ଚାଷୀ ଭାଗଚାଷୀ ହୋଇଥିବାରୁ ସେମାନଙ୍କୁ ଗୃପ ବୀମା ମିଲୁନଥିବା କହିଥିଲେ । କାର୍ଯ୍ୟକ୍ରମକୁ ସମବାୟ ସମିତିର ସଂପାଦାକ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ