ନଦୀତଟ ଓ ପଥପାଶ୍ୱର୍ ବୃକ୍ଷରୋପଣ ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ
ଛତ୍ରପୁର, (ଦେବଦତ୍ତ ମହାରଣା):ଭାରତ ସରକାରଙ୍କ ‘ବୃକ୍ଷମାଳା ନଦୀବନ୍ଧ ସଂରକ୍ଷଣ ଅଭିଯାନ’ ଆନୁକୂଲ୍ୟରେ ନଦୀତଟ ଓ ପଥପାଶ୍ୱର୍ ବୃକ୍ଷରୋପଣ ନିମନ୍ତେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଜିଲ୍ଲା ପରିଷଦ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କିର୍ତ୍ତୀଭାଷନ୍ ବୈଠକରେ ଅଧ୍ୟକ୍ଷତା କରି ଏହି ଅଭିଯାନକୁ ଲକ୍ଷ୍ୟ ରଖି ଗଞ୍ଜାମ ଜିଲ୍ଲାରେ ଯେପରି ଅଧିକରୁ ଅଧିକ ବୃକ୍ଷରୋପଣ କରାଯାଇପାରିବ ସେଥିପ୍ରତି ବିଭିନ୍ନ ଲାଇନ୍ ବିଭାଗ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଚଳିତ ଆର୍ଥିକ ବର୍ଷ ପାଇଁ ଡିଏଫ୍ଓ ବ୍ରହ୍ମପୁର, ଡିଏଫ୍ ସାଉଥ୍, ଡିଏଫ୍ଓ ନର୍ଥ, ଉଦ୍ୟାନ ବିଭାଗ, ଜଳବିଭାଜିକା, ଜଳ ସଂରକ୍ଷଣ ଓ ତୁମ୍ବା ଉନ୍ନୟନ ସଂସ୍ଥାକୁ ବୃକ୍ଷରୋପଣ ଲାଗି ଆନୁମାନିକ ଟାର୍ଗେଟ୍ ପ୍ରଦାନ କରାଯାଇଛି । ଉପରୋକ୍ତ ସମସ୍ତ ବିଭାଗକୁ ଦିଆଯାଇଥିବା ଟାର୍ଗେଟ୍ ୬୧୦ ରନିଂ କିଲୋମିଟର ବୃକ୍ଷରୋପଣ, ୪୬୭୫ ହେକ୍ଟର ବ୍ଲକ ପାଣ୍ଟେସନ୍ ରହିଛି । ସେହିପରି ଡିଏଫ୍ଓ ବ୍ରହ୍ମପୁର, ଡିଏଫ୍ ସାଉଥ୍, ଡିଏଫ୍ଓ ନର୍ଥ, ଜଳବିଭାଜିକା ବିଭାଗକୁ ୮୬ ଟି ଅମୃତ ସରବର କାର୍ଯ୍ୟକ୍ରମ କରିବା ପାଇଁ ଟାର୍ଗେଟ୍ ରହିଛି । ଯେଉଁ ବିଭାଗକୁ ଦିଆଯାଇଥିବା ଟାର୍ଗେଟ୍କୁ ପୂରଣ କରିବା ପାଇଁ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଭାଷନ୍ ନିର୍ଦ୍ଦେଶ ଦେଇଛନ୍ତି । ବୈଠକ ଜିଲ୍ଲା ପରିଷଦ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ବେହେରା ପ୍ରମୁଖ ମଞ୍ଚାସୀନ ଥିବା ବେଳେ ସମସ୍ତ ବିଡିଓ ଓ ଲାଇନ୍ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।


