ସବୁଜ ପତ୍ରିକାଧାରୀ ମହିଳା ମହାସଂଘର ବ୍ଲକ ସ୍ତରୀୟ ବୈଠକ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ଠାରେ ଓଡ଼ିଶା ସବୁଜ ପତ୍ରିକାଧାରୀ ମହିଳା ମହାସଂଘ ବନ୍ତ ଶାଖାର ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଭାନେତ୍ରୀ ଛବିରାଣୀ ବିଶ୍ୱାଳ ଓ ସସ୍ମିତା ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ବୈଠକରେ ମହାସଂଘର ଜିଲ୍ଲା ସଂଯୋଜକ ତାପସ କୁମାର ପରିଡା, ଜିଲ୍ଲା ସମ୍ପାଦିକା ତପସ୍ୱିନୀ ପରିଡା, ବ୍ଲକ ସଂଯୋଜକ ପ୍ରମୋଦ କୁମାର ବିଶ୍ୱାଳ ଯୋଗ ଦେଇଥିଲେ । ଦୀର୍ଘ ବର୍ଷ ଧରି ସରକାରୀ ଅଣଦେଖାର ଶୀକାର ହେଉଥିବା ସବୁଜ ପତ୍ରିକାଧାରୀ ମାନଙ୍କର ୭ ଦଫା ଦାବୀ ପୂରଣ ହୋଇଥିବା ନେଇ ସରକାରୀ ଗେଜେଟ୍ ପ୍ରକାଶ ପାଇବା ପରେ ମହାସଂଘ ପକ୍ଷରୁ ସାରା ରାଜ୍ୟରେ ବିଜୟ ଉତ୍ସବ ପାଳନ କରାଯିବ ବୋଲି ଘୋଷଣା ହୋଇଥିଲା । ପ୍ରକାଶ ଯେ, ଗତ ଫେବୃୟାରୀ ୨୭ରେ ସବୁଜ ପତ୍ରିକାଧାରୀ ମହିଳା ମହାସଂଘ ପକ୍ଷରୁ ଭୁବନେଶ୍ୱର ଠାରେ ଗଣବିକ୍ଷୋଭ ବେଳେ ରାଜ୍ୟ ସରକାରଙ୍କ ପ୍ରତିନିଧି ଭାବେ ରାଜ୍ୟ ଶ୍ରମ କମିଶନର ଆନ୍ଦୋଳନକାରୀ ନେତାମାନଙ୍କ ସହ ଆଲୋଚନା କରି ଦାବି ପୂରଣ ପାଇଁ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଥିଲେ । ପ୍ରତିଶୃତି ଅନୁଯାୟୀ ରାଜ୍ୟ ଶ୍ରମ କମିଶନରଙ୍କ ଚିଠି ନଂ.୧୫୩୧/ତା-୬-୩-୨୩ ମୂଳେ ପ୍ରତି ଜିଲାର ତଥ୍ୟ ଦାଖଲ କରିବାକୁ ସବୁଜ ପତ୍ରିକାଧାରୀ ମହାସଂଘର ରାଜ୍ୟ କାର୍ଯ୍ୟକାରୀ ସଭାପତିଙ୍କୁ ଅବଗତ କରାଯାଇଥିଲା । ସେହି ଅନୁଯାୟୀ ବ୍ଲକର ପଞ୍ଚାୟତ ସ୍ତରୀୟ ନେତୃତ୍ୱ ମାନେ ସବୁଜ ପତ୍ରିକାଧାରୀମାନଙ୍କ ସବିଶେଷ ତଥ୍ୟ ଜିଲ୍ଲା ସଂଘ ନିକଟରେ ଦାଖଲ କରିବା ପାଇଁ ସୂଚନା ଦିଆଯାଇଥିଲା । ବୈଠକ ପରିଚାଳନାରେ ନରେନ୍ଦ୍ର ବେହେରା, ପୂର୍ବତନ ସରପଞ୍ଚ ଅଶୋକ କୁମାର ଦାସ, ବରୁଣ ପେରେଇ ସହଯୋଗ କରିଥିଲେ । ଏଥିରେ ୨୫ ପଞ୍ଚାୟତର ସଭାନେତ୍ରୀ ଓ ସମ୍ପାଦିକା ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ