ଜିଲ୍ଲାସ୍ତରୀୟ ଜିବେ ନିଷ୍ଠୁରତା ଓ ବେଆଇନ ପ୍ରାଣୀଚାଲାଣ ବିରୋଧରେ ସଚେତନତା ଶିବିର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଜିଲ୍ଲାସ୍ତରୀୟ ଜିବେ ନିଷ୍ଠୁରତା ଓ ବେଆଇନ ଗୋଚାଲାଣ ନିରାକରଣ ଆଇନ ସମ୍ପର୍କରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଦୀପ୍ତି ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗାପ୍ରସାଦ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଡିଏସପି କାର୍ତ୍ତିକ ଚନ୍ଦ୍ର ମଲ୍ଲିକ, ପ୍ରାଣୀସମ୍ପଦ ବିଭାଗର ପୂର୍ବତନ ନିର୍ଦ୍ଦେଶକ ଲକ୍ଷ୍ମଣ ବେହେରା, ପୂର୍ବତନ ପଶୁସମ୍ପଦ ଅଧିକାରୀ ହରିଶ ବିଶ୍ୱାଳ, ଜିଲ୍ଲା ମତ୍ସ୍ୟ ଅଧିକାରୀ, ଆଇନ ମହାବିଦ୍ୟାଳୟର ଉପାଧ୍ୟକ୍ଷ କଳିଙ୍ଗ କେଶରୀ ବେହେରା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଏସ.ଡି.ଭି.ଓ. ଡା. ମନୋଜ ପଟ୍ଟନାୟକ ଓ ପ୍ରାଣୀମଙ୍ଗଳ ଅଧିକାରୀ ଡା. କବି ଏହି ଶିବିରକୁ ପରିଚାଳନା କରିଥିଲେ । ଜିଲ୍ଲା ଜିବେ ନିଷ୍ଠୁରତା ନିରାକରଣ ସମିତିର ସମସ୍ତ ସଦସ୍ୟ, ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ, ଜନ ପ୍ରତିନିଧି, ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନର ପ୍ରତିନିଧି, ବିଭିନ୍ନ ଗୋଶାଳାର ପରିଚାଳକ ଓ ବିଭିନ୍ନ ବ୍ଲକର ପ୍ରାଣୀ ଚିକିତ୍ସା ଅଧିକାରୀମାନେ ଏହି ଶିବିରରେ ଯୋଗଦେଇ ପଶୁମାନଙ୍କ ପ୍ରତି ନିଷ୍ଠୁରତା ଓ ତାହାର ନିରାକରଣ ଆଇନ ସମ୍ପର୍କରେ ସଚେତନ କରାଇଥିଲେ । ପ୍ରାରମ୍ଭିକ ଅଭିଭାଷଣ ପରେ ଜିଲ୍ଲାର ଚାରିଟି ଗୋଶାଳାକୁ ପ୍ରଥମ ଥର ପାଇଁ ସରକାରୀ ସହାୟତା ରାଶି ବଣ୍ଟନ କରାଯାଇଥିଲା । ଗୋଶାଳାର ପରିଚାଳକମାନେ ସି.ଡି.ଭି.ଓ. ଦୀପ୍ତି ମହାପାତ୍ର ଏବଂ ରାଜ୍ୟ ସରକାରଙ୍କୁ ଏଭଳି ସହାୟତା ପାଇଁ କୃତଜ୍ଞତା ଅର୍ପଣ କରିଥିଲେ । ଅତିଥିମାନେ ଜୀବଙ୍କ ପ୍ରତି ନିଷ୍ଠୁରତାର ସଚିତ୍ର ଉଦାହରଣ ସହିତ ଦେଶର ସମ୍ବିଧାନ ଓ ଆଇନରେ ଜୀବମାନଙ୍କ ବଞ୍ôଚବାରଅଧିକାର ତଥା ନିଷ୍ଠୁରତା ବିରୋଧରେ କଠୋର ଦଣ୍ଡବିଧାନ ପାଇଁ ପ୍ରସ୍ତାବ ରଖିଥିଲେ । ଶେଷରେ ସି.ଡି.ଭି.ଓ ଶ୍ରୀମତୀ ମହାପାତ୍ର ଏବଂ ପ୍ରାଣୀମଙ୍ଗଳ ଅଧିକାରୀ ଡା. କବି ରାଜ୍ୟ ସରକାରଙ୍କ ପ୍ରାଣୀମଙ୍ଗଳ ଯୋଜନା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରି ଜିଲ୍ଲାରେ ଅଧିକରୁ ଅଧିକ ପ୍ରାଣୀମଙ୍ଗଳ କେନ୍ଦ୍ର ସ୍ଥାପନା ପାଇଁ ଉପସ୍ଥିତ ସଦସ୍ୟମାନଙ୍କୁ ନିବେଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ