ଭାଗବତପୁର ପଞ୍ଚାୟତରେ ମେସିନରେ ଚାଲିଛି ଶାଖା କେନାଲ ଖୋଳା କାର୍ଯ୍ୟ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ଗ୍ରାମପଞ୍ଚାୟତର ଏକ ଶାଖା କେନାଲ ମେସିନ ସାହାଯ୍ୟରେ ଖୋଳା ଯାଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଭାଗବତପୁର ପଞ୍ଚାୟତର ଚଣ୍ଡିବଜାର ନିକଟରେ ୧୩ନମ୍ବର ଶାଖା କେନାଲର ମାଇନର କେନାଲକୁ ଜେସିବି ସାହାଯ୍ୟରେ ଖୋଳା ଯାଉଥିବା ଦେଖିବାକୁ ମିଳିଛି । ଏହାବ୍ୟତିତ ରାତିରେ ଜେସିବି ଲଗାଇ ଏହି ମାଇନର କେନାଲ ଖୋଳାଯିବା ପଛରେ କ’ଣ ରହସ୍ୟ ରହିଛି ତାହା ଜଣାପଡୁନାହିଁ । ଏହି ବେଆଇନ କାର୍ଯ୍ୟ ଜଳସେଚନ ବିଭାଗ ପକ୍ଷରୁ କରାଯାଉଛି ନା ଗ୍ରାମପଞ୍ଚାୟତର ଏମ.ଜି.ଏନ.ଆର.ଇ.ଜି.ଏସ. ଯୋଜନାରେ ହେଉଛି ତାହା ଜଣାପଡିନାହିଁ । ସରକାରଙ୍କ ନିୟମ ଅନୁଯାୟୀ ଯେକୈାଣସି ପ୍ରକଳ୍ପର କାର୍ଯ୍ୟ ମେସିନ ଦ୍ୱାରା କରାନଯାଇ ଜବକାର୍ଡଧାରୀଙ୍କ ଦ୍ୱାରା କରାଯିବା କଥା । କିନ୍ତୁ ଏଠାରେ ସେହି ନିୟମକୁ ଉଲ୍ଲଙ୍ଘନ କରାଯାଇ ରାତିରେ ଜେସିବି ମେସିନ ସହାୟତାରେ ମାଇନର କେନାଲ ଖୋଳାଯିବାର ଉଦେଶ୍ୟ କ’ଣ ତାହା ଜଣାପଡୁନାହିଁ । ଏହି ଘଟଣାର ଉପଯୁକ୍ତ ନିରପେକ୍ଷ ତଦନ୍ତ କରାଗଲେ ପ୍ରକୃତ କଥା ଜଣାପଡିବ ବୋଲି ଅଭିଯୋଗକାରୀ ଭାଗବତପୁର ପଞ୍ଚାୟତବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ